Home national news oriya ଡାକ୍ତର ଦେବେନ୍ଦ୍ର ନାଥ ଦାସଙ୍କ ସ୍ମୃତିଚାରଣ ସଭା,ଚକ୍ଷୁ ଚିକିତ୍ସାଳୟକୁ ଆବଶ୍ୟକୀୟ ଉପକରଣୀୟ ଯୋଗାଇ ଦେବାକୁ ଦାବୀ

ଡାକ୍ତର ଦେବେନ୍ଦ୍ର ନାଥ ଦାସଙ୍କ ସ୍ମୃତିଚାରଣ ସଭା,ଚକ୍ଷୁ ଚିକିତ୍ସାଳୟକୁ ଆବଶ୍ୟକୀୟ ଉପକରଣୀୟ ଯୋଗାଇ ଦେବାକୁ ଦାବୀ

8
0

Source :- ODIA PUA

ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସ ସ୍ଥିତ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟ ର ପ୍ରତିଷ୍ଠାତା ଡାକ୍ତର ଦେବେନ୍ଦ୍ର ନାଥ ଦାସଙ୍କ ସ୍ମୃତି ଚାରଣ ସଭା ଆଜି ସୋମବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ରବିନାରାୟଣ ଖିଲାର ଙ୍କ ସଭାପତିତ୍ୱରେ ଉଦଘାଟକ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରମୋଦ ପ୍ରହରାଜ, ମୁଖ୍ୟ ଅତିଥି ଭାବେ ଡାକ୍ତର ସୁଧୀରଞ୍ଜନ ନାୟକ, ସମ୍ମାନୀତ ଅତିଥି ଭାବେ ଡାକ୍ତର ପ୍ରଦୀପ ଖୁଂଟିଆ ଯୋଗଦେଇ ଡାକ୍ତର ଦାସ ଉପରେ ସ୍ମୁତି ଚାରଣ କରିଥିଲେ। ଡାକ୍ତର ଦାସ ଗତ ୩୦ ବର୍ଷ ତଳେ ତାଙ୍କ ବାପା ରାଘବାନନ୍ଦ ଙ୍କ ନାମରେ ଏହି ଚକ୍ଷୁ ଚିକିତ୍ସାଳୟ ସ୍ଥାପନ କରିଥିଲେ । ଏହି ଚକ୍ଷୁ ଚିକିତ୍ସାଳୟ ନାମରେ ପ୍ରାୟ ୪୦ ଡ଼ିସିମିଲ ର ମୂଲ୍ୟବାନ ସମ୍ପତି, ଘର ଓ ଆବଶ୍ୟକ ଉପକରଣୀୟ ସରକାର ଙ୍କୁ ଦାନ କରିଦେଇଥିଲେ ଓ ଏହା ଏକ ଉତମ ପଦକ୍ଷେପ ବୋଲି ଅତିଥି ମାନେ କହିଥିଲେ । କିନ୍ତୁ ଅପରପକ୍ଷେ ଚକ୍ଷୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ଚକ୍ଷୁ ଚିକିତ୍ସାଳୟ ରେ ଆବଶ୍ୟକୀୟ ଉପକରଣ ନଥିବା ରୁ କ୍ଷୋଭ ପ୍ରକାଶ କରାଯାଇଥିଲା । ଯାହାକି ପ୍ରତିଦିନ ଶହ ଶହ ରୋଗୀ ଚକ୍ଷୁ ଚିକିତ୍ସାର ସୁବିଧା ପାଇ ନପାରି ଫେରୁଛନ୍ତି ବୋଲି ବକ୍ତବ୍ୟ ରେ କହିଥିଲେ । ଖୁବ ଶୀଘ୍ର ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯିବ ବୋଲି ଡାକ୍ତର ଶ୍ରୀ ନାୟକ କହିଥିଲେ । ସାମାଜିକ କର୍ମୀ ପ୍ରକାଶ ଜେନା ମଂଚ ଆମନ୍ତ୍ରଣ, କମିଟି ପକ୍ଷରୁ ନବଘନ ଦାସ ଅତିଥି ଙ୍କ ପରିଚୟ ପ୍ରଦାନ,ଅଧ୍ୟାପକ ମୃତ୍ୟୁ ଞ୍ଜୟ ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ଷ୍ଟେନୋ ବିଶ୍ୱନାଥ ପରିଡା,ଡାକ୍ତର ବୈରାଗୀ ଗାହାଣ, କାର୍ତିକ ସାମନ୍ତ,ଖବରଦାତା ପ୍ରଦୀପ ବଳ,ପ୍ରମୋଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

SOURCE: ODIA PUA