Home national news oriya ଟେନିକଏଟ କ୍ରୀଡାର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର

ଟେନିକଏଟ କ୍ରୀଡାର ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର

3
0

Source :- ODIA PUA

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପଂଚାୟତ ବିଦ୍ୟାଳୟ ପଧାନପଡା ପରିସରରେ ଆଜି ଜିଲ୍ଲା ଟେନିକଏଟ୍ ଆସୋସିଏସନ୍ ପକ୍ଷରୁ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କର କ୍ରୀଡା ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଏକ ଗ୍ରୀଷ୍ମକାଳୀନ ଟେନିକଏଟ୍ ଶିିବିର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଶିବିରକୁ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସେକ୍ ୟାକତ୍‌୍ ଅଲ୍ଲୀ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଶାଳବଣୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନରହରି ଜେନା,ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନଶିକ୍ଷକ ଶୁଭେନ୍ଦୁ ଶେଖର ମହାନ୍ତି, ସମ୍ମାନିତ ଅତିଥି ଭଦ୍ରକ ଜିଲ୍ଲା ଟେନିକଏଟ୍ ଆସୋସିଏସନ୍ ର ସମ୍ପାଦକ ମନୋଜ କୁମାର ସାହୁ,ବନବିହାରୀ ସରକାରୀ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅଜୟ କୁମାର ପୃଷ୍ଟି, ଖେଲୋଇଣ୍ଡିଆ କୋଚ୍ ଭଦ୍ରକର ମୁଖ୍ୟ ପ୍ରଶିକ୍ଷକ ରାଜେଶ ନାୟକ, ପ୍ରଶିକ୍ଷିକା ସୁଇଟ୍ ସ୍ମିିତା ଜେନା ଓ ସ୍ମୃତିରେଖା ସେଠୀ ଯୋଗଦେଇ ଏହି କ୍ରୀଡାର ଗୁରୁତ୍ୱ ଉପରେ ମତ ରଖିଥିଲେ । ଶେଷରେ ଶିକ୍ଷକ ହେମନ୍ତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଆଜିଠାରୁ ୭ ଦିନ ବ୍ୟାପି ଏହି ପ୍ରଶିକ୍ଷଣ ଚାଲିବାକୁ ଥିବା ବେଳେ ଶିବିରର ପ୍ରଥମ ଦିନରେ ୫୩ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ଜଗନ୍ନାଥ ଦ୍ୱିବେଦୀଙ୍କ ତତ୍ୱାବଧାନରେ ବିଦ୍ୟାଳୟର ଶିକ୍ଷକ ଜାହାରୁଦ୍ଦିନ ସାହାଜୀ, ଅରୁଣ କୁମାର ବାରିକ୍‌, ରମାକାନ୍ତ ଜେନା, ପ୍ରଫୁଲ୍ଲ କୁମାର ଜେନା,ସେକ୍ ସାବିର, ସେକ୍ ରିହାନ୍ ଅଲ୍ଲୀ , କର୍ମଚାରୀ ବୁଦ୍ଧିରାମ ସାହୁ, ଶରତ କୁମାର ସାହୁ ଓ ନେଜାମୁଦ୍ଦିନ୍ ଖାଁ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

SOURCE: ODIA PUA