Home national news oriya ଜୟ ହନୁମାନ କ୍ରିକେଟ୍ କ୍ଲବ୍ ପକ୍ଷରୁ ରାତ୍ରୀକାଳୀନ ଟୁର୍ଣ୍ଣାମେଣ୍ଟ। ଆଗରପଡ଼ା ୧୧ ବିଜେତା

ଜୟ ହନୁମାନ କ୍ରିକେଟ୍ କ୍ଲବ୍ ପକ୍ଷରୁ ରାତ୍ରୀକାଳୀନ ଟୁର୍ଣ୍ଣାମେଣ୍ଟ। ଆଗରପଡ଼ା ୧୧ ବିଜେତା

7
0

Source :- ODIA PUA

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ ଅନ୍ତର୍ଗତ ଟିଲୋ ଭାରତୀମଠ:ଜୟ ହନୁମାନ କ୍ରିକେଟ୍ କ୍ଲବ୍ ପକ୍ଷରୁ ରାତ୍ରୀକାଳୀନ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଗରପଡ଼ା ୧୧ କୁ ଏ ବର୍ଷର ବିଜେତା ଘୋଷଣା କରାଯାଇଛି। ଉକ୍ତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ରାଧା ୧୧ ସରମରା, କୁବ୍ରା ୧୧ ଟିଲୋ, ଟିମ୍ ୧୧ ସରମରା, ଆଗରପଡ଼ା ୧୧ , ନନ୍ଦିପଦା କ୍ରିକେଟ୍ କ୍ଲବ୍‌, ଶ୍ରୀବନ୍ତ ପୁର କ୍ରିକେଟ୍ କ୍ଲବ୍‌, ଟିଲୋ ୧୧,, ଡ୍ରାଗନ୍ ଅଟାକ୍ ବରପଦା ଟିମ୍ ଯୋଗ ଦେଇଥିଲେ। ଫାଇନାଲ ମ୍ୟାଚ ସରମରା ୧୧ ଓ ଆଗରପଡ଼ା ୧୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସରମରା ୧୧ ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିବା ବେଳେ ନିର୍ଦ୍ଧାରିତ ୬ ଓଭରରେ ୫ ୱିକେଟ୍ ହରାଇ ମାତ୍ର ୧୮ ରନ୍ ସଂଗ୍ରହ କରିପାରିଥିବା ବେଳେ ବିପକ୍ଷ ଦଳ ଆଗରପଡ଼ା ୧୧ ମାତ୍ର ୧.୫ ଓଭରରେ ୧ ୱିକେଟ୍ ହରାଇ ୧୯ ରନ୍ ସଂଗ୍ରହ କରି ଏ ବର୍ଷର ଜୟ ହନୁମାନ କ୍ରିକେଟ୍ କ୍ଲବ୍ ଟୁର୍ଣ୍ଣାମେଣ୍ଟର ବିଜେତା ହୋଇଥିଲେ। ଉକ୍ତ ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାର ପ୍ରାଣକୃଷ୍ଣ ଲେଙ୍କା, ଦୀନବନ୍ଧୁ ଜେନା, ଭାଷ୍ୟକାର ସତ୍ୟନାରାୟଣ ଜେନା, ସ୍କୋରର ପ୍ରକାଶ ଜେନା, ସମ୍ବିତ ରାଉତ୍ କାର୍ଯ୍ୟ ତୁଲାଇଥିଲେ। ଉକ୍ତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ସମାଜସେବୀ ତଥା ସାଇ ସମ୍ରାଟ ଗ୍ରନାଇଟ ଓ ଟାଇଲ୍ସର ପ୍ରୋପାଇଟର ରମାକାନ୍ତ ଜେନା ଯୋଗଦେଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟକୁ ଫିତା କାଟି ଉଦଘାଟନ କରିଥିବା ବେଳେ ମ୍ୟାଚ୍ ପରିଶେଷରେ ବିଜୟୀ ଟିମ୍ ଆଗରପଡ଼ା ୧୧ କୁ ଟ୍ରଫି ପ୍ରଦାନ କରିଥିଲେ ଟୁର୍ଣ୍ଣାମେଣ୍ଟର ସଭାପତି ପ୍ରକାଶ କୁମାର ରାଉତ୍‌,ସମ୍ପାଦକ ଅମର କୁମାର ପୁହାଣ, ଜଗବନ୍ଧୁ ରାଉତ୍‌, କାଳନ୍ଦୀ ବାରିକ୍‌, କୈଳାଶ ଜେନା, ଲିଲୁଆ ରାଉତ୍‌, ବାପି ରାଉତ୍ ପ୍ରମୁଖ ଉପସ୍ଥିତ ଥିଲେ। ଲିପୁ ଜେନା, କୁନାଲ ଜେନା, ଗୌରାଙ୍ଗ ବେହେରା, ସିପୁନ ଜେନା, କାଳିଆ ଜେନା, ଶିତୁ ରାଉଳ, ପ୍ରଳୟ କୁମାର ଜେନା, ଦୀପକ କୁମାର ଜେନା, ବୁବୁ ଜେନା, ଜଗନ୍ନାଥ ଜେନା ସମେତ ସମସ୍ତ ଜୟ ହନୁମାନ କ୍ଲବ୍ ର କର୍ମକର୍ତ୍ତା ଉକ୍ତ ରାତ୍ରୀ କାଳୀନ ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ।

SOURCE: ODIA PUA