Home national news oriya ଜାମ୍ମୁକାଶ୍ମୀର ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି, ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକଲା ଭଦ୍ରକ ମୁସଲିମ ଜମାତ

ଜାମ୍ମୁକାଶ୍ମୀର ପହଲଗାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି, ଦୃଢ କାର୍ଯ୍ୟାନୁଷ୍ଠାନ ଦାବିକଲା ଭଦ୍ରକ ମୁସଲିମ ଜମାତ

4
0

Source :- ODIA PUA

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାମ୍ମୁକାଶ୍ମୀର ପହଲଗାମରେ ଆତଙ୍କୀବାଦୀ ଆକ୍ରମଣ ଘଟଣାରେ ନିରୀହ ପର୍ଯ୍ୟଟକଙ୍କୁ ଗୁଳି କରି ୨୮ ଜଣଙ୍କୁ ହତ୍ୟାକରିବା ଘଟଣାକୁ ନେଇ ଭଦ୍ରକ ମୁସଲିମ ଜମାତ କଡା ନିନ୍ଦା କରାଯାଇଛି । ଭଦ୍ରକ ପୁରୁଣା ବଜ଼ାର ସ୍ଥିତ ମଦିନା ମଇଦାନ ଠାରେ ସନ୍ଧ୍ୟା ୭. ୩୦ ଘଟିକା ସମୟରେ ଭଦ୍ରକ ମୁସଲିମ ଜମାତର ଉପ-ସଭାପତି ମହମ୍ମଦ ଜକାଉଲ୍ଲା ଓ ସାଧାରଣ ସମ୍ପାଦକ ହାଜି ଶେଖ ଏନାମ ମହମ୍ମଦ ଙ୍କ ନେତୃତ୍ୱରେ ମୁସଲିମ ଜମାତର ସମସ୍ତ ସଦସ୍ୟଙ୍କ ଉପସ୍ଥିତରେ ଏକ ସଭା ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା ୨୮ ପର୍ଯ୍ୟଟକଙ୍କ ଆତ୍ମାଶାନ୍ତି ପାଇଂ କ୍ୟାଣ୍ଡଲ ଦୀପ ଲଗାଇ ୨ ମିନଟ ପାଇଂ ନିରବ ପ୍ରାର୍ଥନା କରାଯାଇଥିଲା ଓ। ଏହି ବର୍ବରୋଚିତ କାଣ୍ଡ ଘଟାଇଥିବା ସମସ୍ତ ଆତଙ୍କବାଦୀ ବିରୋଧରେ ଭାରତ ସରକାରଙ୍କୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ଏବଂ ମୁସ୍ତାକ ଗୌହର ଙ୍କ କବିତାରୁ ‘ହିନ୍ଦୁ ଭି ନହି ହଏ ଓ ମୁସଲମାନ ଭି ନହି ହଏ , ଇନସାନ କା ଜୋ କାତିଲ ହଏ ଓ ଇନସାନ ନହି ହଏ , ହର ଏକ କା ଧର୍ମ ତୋ ଶିଖାତା ହଏ ଅମନ ଭି , ଓ କୌନସା ଧରତୀ ହଏ ଯାହାଁ ଭଗବାନ ନହି ହଏ’ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଏସ.ଏମ. ଫାରୁକ , ହାଜି କାସିମ ଖାନ, ଇଂ ମନାୱର ହୋସେନ, ହାଜି ଫକରେ ଆଲାମ , ହାଜି ହାଫିଜୁର ରେହେମାନ, ଜମିଲ ଅଖତର ଖାନ , ଇଂ ରେଜାଏ ରସୁଲ , ଅସରଫ ଅଲି ଖାନ, କୋଷାଧକ୍ଷ ମିର୍ଜା ଏକ୍ରାମ ବେଗ, ହାଜି ଅବୁ ହୋସେନ, ଗୋଲାମ ମୋହିଦ୍ଦିନ , ମିଡ଼ିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ), ପାରିଷଦ ଶେଖ ସାହିଦ , ପାରିଷଦ ସାହିଲ କାଦରୀ , ଇନାମୁଲ ହକ ,ମହେବୁବ ଖାନ, ଇବରାର ହୋସେନ, ଶେଖ ହରମୁସ, ଲୋକମାନ ଖାନ ଓ ଅନୱର କୋରେସୀ ପ୍ରମୁଖ ଉପସ୍ଥିତ ରହିଥିଲେ।

SOURCE: ODIA PUA