Source :- ODIA PUA
ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚୋରା କୋଇଲା ଚାଲାଣ ବିଷୟରେ ଜଣାଇବା ଯୋଗୁଁ ମାଡ ଅଭିଯୋଗ । ଅପହରଣ ପରେ ମାଡ ମାରିବା ନେଇ ଅଭିଯୋଗ । ଏମିତି ଅଭିଯୋଗ ଆଣିଛନ୍ତି ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅଧୀନ ପରିବିନ୍ଧା ମାରପୁରର ପ୍ରତାପ ବେହେରା । ପ୍ରତାପଙ୍କ ଅଭିଯୋଗ ଅନୁଯାୟୀ, କେତେକ କୋଇଲା ମାଫିଆ ତାଙ୍କୁ ଅପହରଣ କରିବା ସହ ମାଡ ମାରି ରାସ୍ତା କଡ଼କୁ ଫିଙ୍ଗି ଦେଇଥିଲେ । ସେ କହିଛନ୍ତି, ମୁଁ ଟଙ୍କା ସୁଧ ଲଗାଇ ଚଳେ, କୋଇଲା ଗାଡ଼ି ଲୋଡ୍ ହେଲେ ପୋଲିସକୁ ଜଣାଏ । ଆଇଜିଙ୍କୁ ମଧ୍ୟ ଜଣାଇଛି କୋଇଲା ଚୋରି ବିଷୟରେ । ପରେ ମୋତେ ଅପହରଣକାରୀ କରଞ୍ଜିଆ ନେଲେ ପୁଣି ଆଣି ଫିଙ୍ଗିଦେଲେ । ତେବେ ପୂର୍ବରୁ ପ୍ରତାପ ବେହେରା ଭଦ୍ରକ ଜିଲ୍ଲା ସବରଙ୍ଗ ପୋଲିସ ଦ୍ୱାରା କୋଇଲା ଚୋରା ଚାଲାଣ ଓ ଧମକାଇବା ଅଭିଯୋଗରେ ଜେଲ୍ ଯାଇଥିବା ନେଇ ସୂଚନା ମିଳିଛି । ତେବେ ଭଦ୍ରକ ଜିଲ୍ଲାରୁ ଅପହରଣ ଓ ପୁଣି ଅପହରଣକାରୀ ଭଦ୍ରକ ଜିଲ୍ଲାରେ ତାଙ୍କୁ ଛାଡ଼ିବା ଘଟଣା ନିଶ୍ଚିତ ତଦନ୍ତସାପେକ୍ଷ । ତେବେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଯେଉଁ କୋଇଲା ମାଫିଆ ମାନେ ତାଙ୍କୁ ଅପହରଣ କରିଥିଲେ ସେମାନଙ୍କ ନାମ ମଧ୍ୟ ସେ ଜଣାଇଛନ୍ତି । ତେବେ କୋଇଲା ଚୋରି ଅଭିଯୋଗରେ ଜେଲ ଯାଇଥିବା ଅଭିଯୁକ୍ତ ପୁଣି କୋଇଲା ମାଫିଆଙ୍କ ନାମରେ ପୋଲିସ ନିକଟରେ ଅଭିଯୋଗ କରିଥିବାରୁ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଘଟଣାରେ ଭଦ୍ରକ ପୋଲିସ କିମ୍ବା ଭଦ୍ରକ ଏସ୍ପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
SOURCE: ODIA PUA