Home national news oriya ଚାନ୍ଦବାଲି ମାଟିର ଝିଅ ପୂଜାରାଣୀ ଦାସ ୨୩ ବର୍ଷରୁ କମ୍ ଓଡିଶା ମହିଳା କ୍ରିକେଟ ଦିନିକିଆ...

ଚାନ୍ଦବାଲି ମାଟିର ଝିଅ ପୂଜାରାଣୀ ଦାସ ୨୩ ବର୍ଷରୁ କମ୍ ଓଡିଶା ମହିଳା କ୍ରିକେଟ ଦିନିକିଆ ପାଇଁ ମନୋନୀତ

34
0

Source :- ODIA PUA

ଭଦ୍ରକ, ୨୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବି ସି ସି ଆଇ ପକ୍ଷରୁ ୨୩ ବର୍ଷରୁ କମ୍ ମହିଳା ଦିନିକିଆ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି। ମହିଳା ଚୟନ କମିଟିର ଅଧ୍ୟକ୍ଷ ସସ୍ମିତା ପଟ୍ଟନାୟକ ଓ ମୁଖ୍ୟ ପ୍ରଶିକ୍ଷକ ସ୍ୱାଗତିକା ରଥ ୧୮ ଜଣିଆ ଦଳର ତାଲିକା ପ୍ରକାଶ କରିଛନ୍ତି।ଏହି ଦଳରେ ଚାନ୍ଦବାଲି ମାଟିର ଝିଅ ପୂଜାରାଣୀ ଦାସ ସ୍ଥାନ ପାଇଥିବାରୁ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଦେଖାଦେଇଛି। ଚାନ୍ଦବାଲି ବାଲିଗାଁ ଗ୍ରାମର କିଶୋର ଦାସଙ୍କ ସୁକନ୍ୟା ପୂଜାରାଣୀ ୨୦୧୪ ମସିହାରୁ କ୍ରିକେଟ୍‌? ପ୍ରତି ରୁଚି ରଖି ଚାନ୍ଦବାଲି ସ୍ପୋର୍ଟ୍ସ ଏକାଡେମୀ ରୁ ଖେଳ ଆରମ୍ଭ କରିଥିଲେ। କଠିନ ପରିଶ୍ରମ, ନିୟମିତ ଅଭ୍ୟାସ ଓ ସଠିକ୍ ପ୍ରଶିକ୍ଷଣ ଦ୍ୱାରା ସେ ବ୍ଲକ୍‌? ଓ ଜିଲ୍ଲା ସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ।ପିତା କିଶୋର ଦାସଙ୍କ ପ୍ରେରଣା ଓ ସମର୍ଥନରେ ସେ ପୂର୍ବରୁ ଓଡିଶା ରାଜ୍ୟର ୟୁ -୧୬ ଓ ୟୁ -୧୯ଦଳରେ ମଧ୍ୟ ଖେଳିବାର ସୁଯୋଗ ପାଇଥିଲେ। ତାଙ୍କର ଉନ୍ନତମାନର ପ୍ରଦର୍ଶନ ଫଳରେ ସେ ୨୩ ବର୍ଷରୁ କମ୍ ଓଡିଶା ମହିଳା ଟି-୨୦ ଓ ଦିନିକିଆ ଦଳରେ ସବୁ ସମୟରେ ମନୋନୀତ ହୋଇ ଦଳରେ ସ୍ଥାନ ଅର୍ଜନ କରନ୍ତି।ଏହି ସଫଳତା ଚାନ୍ଦବାଲି ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଥିବାବେଳେ, ଅଞ୍ଚଳର ବିଭିନ୍ନ ମହଳରୁ ପୂଜାରାଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।

SOURCE: ODIA PUA