Home national news oriya ଚାନ୍ଦବାଲିର ଆରାଧ୍ୟା ମା’ ଦକ୍ଷିଣେଶ୍ୱରୀ କାଳୀଙ୍କ ଜନ୍ମୋତ୍ସବ

ଚାନ୍ଦବାଲିର ଆରାଧ୍ୟା ମା’ ଦକ୍ଷିଣେଶ୍ୱରୀ କାଳୀଙ୍କ ଜନ୍ମୋତ୍ସବ

3
0

Source :- ODIA PUA

ଭଦ୍ରକ, ୨୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲିର ଆରାଧ୍ୟା ଦେବୀ ମା ଦକ୍ଷିଣେଶ୍ୱରୀ କାଳୀଙ୍କପବିତ୍ର ଜନ୍ମଦିନ। ଏହି ଦିନ ଚାନ୍ଦବାଲିର ପୁରପଲ୍ଲୀ ଉତ୍ସବ ମୁଖର। ଆଜି ଭୋର ୫ଟାରେ ମନ୍ଦିର ପହୁଡ଼ ଖୋଲାଯିବା ପରେ ମଙ୍ଗଳା ଆରତୀ, ସକାଳନୀତି ଅନୁଷ୍ଠିତ ହୋଇଥିଲା। ଶୁଖିଲା ଭୋଗଲାଗି କରାଯାଇ ସର୍ବସାଧାରଣ ଦର୍ଶନ କରିଥିଲେ। ମଧ୍ୟାହ୍ନ ରେ ଖିଚୁଡ଼ି ଭୋଗ ଏବଂ ନୀତି ଭୋଗ ଲାଗି କରାଯାଇ ଥିଲା। ପବିତ୍ର ଜନ୍ମଦିନ ପାଇଁ ମନ୍ଦିର ପ୍ରସାଶନ ପକ୍ଷରୁ ସ୍ୱତନ୍ତ୍ର ପୂଜା ନୀତି କରାଯାଇଛି। ସନ୍ଧ୍ୟା ୬ ଟାରେ କଳସ ଶୋଭାଯାତ୍ର ବିରାଟ ପଟୁଆର ଚାନ୍ଦବାଲି ସହର ପରିକ୍ରମା ପରେ ପୂର୍ଣ୍ଣିତୋୟା ବୈତରଣୀ ନଦୀର ଜଳ ଆଣି ମାଙ୍କ ମହାସ୍ନାନ ପରେ ଶୋଢ଼ଷ ଉପଚାର ଏବଂ ଅହୋରାତ୍ରିରେ ମହାଯଜ୍ଞ ଅନୁଷ୍ଠିତ ହେବ. ଆଜିଠାରୁ ୫ଦିନ ବ୍ୟାପି ନାମ ସଂକୀର୍ତନ ଏବଂ ବିସ୍ୱାଶନ୍ତି ମହାଯଜ୍ଞଅନୁଷ୍ଠିତ ହେବ ବୋଲି ମନ୍ଦିର ପୂଜକ ରଞ୍ଜନ ଷଢଙ୍ଗୀ ଓ କମିଟି ସଭାପତି ଦିଜ୍ୱବର ରାଉତ ସୂଚନା ଦେଇଛନ୍ତି। ୧୯୮୭ମସିହା ଧନିଷ୍ଠା ନକ୍ଷତ୍ର ବୈଶାଖମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେମାଙ୍କ ପାଷାଣ ବିଗ୍ରହ ପ୍ରତିଷ୍ଠା କରାଯାଇଥିଲା ସେବେଠାରୁ ଆଜି ଦୀର୍ଘ ୩୯ବର୍ଷ ଧରି ଆଜିକା ଦିନରେ ମାଙ୍କ ଜନ୍ମଦିନ ମହା ସମାରୋହରେ ପାଳନ କରାଯାଏ। ସ୍ଥାନୀୟ ଅଂଚଳ ବାସି ନିଜ ଘର ଆଗରେ କଳସ ସ୍ଥାପନ କରିଥାନ୍ତି ଏବଂ ବ୍ରତଧାରିଣୀ ମହିଳା ମାନେ ଏହି କଳସ ଶୋଭାଯାତ୍ରାରେ ସାମିଲ ହୋଇଥାନ୍ତି।

SOURCE: ODIA PUA