Source :- ODIA PUA
ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ତ ବ୍ଲକ ଛୟାଳସିଂହ ଖଗେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷୟତ୍ରୀ ଜୟନ୍ତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ସଭାରେ ବିଶିଷ୍ଟ ଅତିଥି ବନ୍ତ ବ୍ଲକ ଶିକ୍ଷାଅଧିକାରିଣୀ ସୁକିର୍ତି କର , ମୁଖ୍ୟ ଅତିଥି ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି, ମୁଖ୍ୟବକ୍ତା ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶଶିଶେଖର କରଶର୍ମା, ସମ୍ମାନିତ ଅତିଥି ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଖଗେଶ୍ୱର ପଣ୍ଡା,ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭାଗିରଥି ପାତ୍ର, ବିଆରସିସି ହରେକୃଷ୍ଣ ଆପଟ୍ଟ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ଅଲେଖ ଚନ୍ଦ୍ର ନାୟକ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗିରିଜା ଶଙ୍କର ଲେଙ୍କା, ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍ ରତ୍ନାକର ବାଇ,ଅନିଲ କୁମାର ନାୟକ, ଶିକ୍ଷୟତ୍ରୀ ରାଜଶ୍ରୀ ନାୟକ, ସୁକାନ୍ତି ବିଶ୍ୱାଳ, ପରିଚାଳନା କମିଟି ସଭାପତି ଦିଲ୍ଲୀପ କୁମାର ସେଠୀ,ସଜୀବ କୁମାର ଦାସ, ଜଗନ୍ନାଥ ନାଥ, କୁଳମଣି ସାହୁ, , ମଞ୍ଜୁଲତା ସାହୁ, କମଳା ସାହୁ, ସତ୍ୟଭାମା ତ୍ରିପାଠୀ, ରେବତୀ ପାଣିଗ୍ରାହୀ,ରଶ୍ମିତା ବାଇ, କୃଷ୍ଣଚନ୍ଦ୍ର ମୁଖୀ, ନିଳୀମା ରାଉତ୍ ପ୍ରମୁଖ ଅତିଥି ଯୋଗଦେଇ ଭଲ ମଣିଷ ହୁଏ ଉଚ୍ଚ ଆଶା କଲେ ଭବିଷ୍ୟତରେ ଭଲ ମଣିଷ ହେବ ବୋଲି ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଅତିଥି କହିଲେ। ପ୍ରାରମ୍ଭରେ ଅତିଥି ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଏହି କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ। ଛାତ୍ର ଛାତ୍ରୀଙ୍କୁ ଦ୍ୱାରା ସ୍ୱାଗତ ସଙ୍ଗୀତ , ବେଦ ପଠନ ଓ ଭରତ ଚନ୍ଦ୍ର ଓଝା ଅତିଥି ପରିଚୟ, ବାର୍ଷିକ ବିବରଣୀ ପଠନ ଶିକ୍ଷୟତ୍ରି ଅନିମା ଦାସ ଓ ଧନ୍ୟବାଦ୍ ଅର୍ପଣ ଅନିରୁଦ୍ଧ ଜେନା ପ୍ରଦାନ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ଶିକ୍ଷାକ୍ଷେତ୍ରରେ ୭୦ ରୁ ଉର୍ଦ୍ଧ୍ କୃତି ଛାତ୍ର ଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷକ /ଶିକ୍ଷୟତ୍ରୀ ସ୍ୱର୍ଣ୍ଣପ୍ରଭା ନାୟକ, କିଶୋର ଚନ୍ଦ୍ର ନାୟକ,ଗୋପବନ୍ଧୁ ସାହୁ, ବିଜୟ କୁମାର ପାକଳ, ସୁଶାନ୍ତ କୁମାର ଦାସ, ବିଷ୍ଣୁମୋହନ ବେହେରା,ବିଦ୍ୟାଧର ସାହୁ, ଯଶୋଦା ପଣ୍ଡା, ପ୍ରତିଭା ପଣ୍ଡା, ସସ୍ମିତା ପାଣିଗ୍ରାହୀ, ପ୍ରତିଭା ପାଣିଗ୍ରାହୀ, ମେନକା ସାହୁ, ସବିତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
SOURCE: ODIA PUA



