Home national news oriya କାଳୀମେଘା ମେଳନରେ ଡିଜେ ବାରଣ କଲା କମିଟି

କାଳୀମେଘା ମେଳନରେ ଡିଜେ ବାରଣ କଲା କମିଟି

29
0

Source :- ODIA PUA

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଂଚାୟତର ଐତିହ୍ୟ ସମ୍ପନ୍ନ କାଳୀମେଘା ମେଳନରେ ଡିଜେକୁ ବାରଣ କଲା କମିଟି । ଏନେଇ ଦଧିବାମନ ମନ୍ଦିର ପରିସରରେ ରବିବାର ପୂର୍ବାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ମେଳନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାରୁ ପ୍ରତିବର୍ଷ ଡିଜେ ବାଜାକୁ ନେଇ ଗଣ୍ଡଗୋଳ/ନାନାଦି ଅଘଟଣ ଘଟୁଛି । ଯାହାକୁ ନେଇ କମିଟି ପକ୍ଷରୁ ଏପରି ନିଷ୍ପତି ନିଆଯାଇଛି । ଏହି ମେଳନକୁ ଆସୁଥିବା ସମସ୍ତ ଠାକୁରବାଡିଆଙ୍କୁ ଏନେଇ ଅବଗତ କରାଯିବ ଏବଂ ମେଳନରେ ଡିଜେ ବ୍ୟବହାର କରାଗଲେ ଆଇନ୍ ଅନୁଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ପାରମ୍ପରିକ ବାଜା, ବ୍ୟାଣ୍ଡ, ମାଦଳ, ଢୋଲ, ସଂକୀର୍ତନ ଆଦିକୁ ବ୍ୟବହାର କରିବା ଲାଗି କୁହାଯାଇଛି । ଶୋଭାଯାତ୍ରା ଠିକ୍ ସମୟରେ ବତୀମରା ପଦାରୁ ବାହାରି ନିର୍ଦ୍ଧାରିତ ସମୟ ମଧ୍ୟରେ ମେଳନ ପଡିଆରେ ପହଂଚିବାକୁ ଆଲୋଚନା ହୋଇଥିଲା । ମେଳନ କମିଟିର ସମ୍ପାଦକ ଗଣେଶ ପ୍ରସାଦ ନାୟକଙ୍କ ଆବାହକତ୍ୱ ଓ କାର୍ଯ୍ୟକାରୀ ସଭାପତି ଉମାକଲ୍ୟାଣ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ସରପଂଚଙ୍କ ପ୍ରତିନିଧି ସୁଧାଂଶୁ ମହାଳିକ, କିର୍ତନ ଚନ୍ଦ୍ର ରାଉତ, ସୁରେଶ ମହାପାତ୍ର, ଅପୁର୍ବ ରଞ୍ଜନ ଦାସ, ସୁଶାନ୍ତ ପଣ୍ଡା, ରବିନ୍ଦ୍ର ପଣ୍ଡା, ରତିକାନ୍ତ ଦାସ, ଲକ୍ଷ୍ମୀଧର ତ୍ରିପାଠୀ, ସୁବାଶ ଚନ୍ଦ୍ର ବେହେରା, କ୍ଷୀରସିନ୍ଧୁ ଦାସ, ସନାତନ ଭଞ୍ଜ, ନୃସିଂହ ସେନାପତି, ମାନସ ରଞ୍ଜନ ତ୍ରିପାଠୀ, ପ୍ରହ୍ଲାଦ ମାହୁନ୍ତ, ବିଜୟ ବଳ, ଗଙ୍ଗାଧର ସାମଲ, ହିମାଦ୍ରୀ ରାଉତରାୟ ଓ ହରିଶ୍ଚନ୍ଦ୍ର ମିଶ୍ର ପ୍ରମୁଖ ଠାକରୁ ବାଡିଆ ଉପସ୍ଥିତ ଥିଲେ । ସୁରେନ୍ଦ୍ର ସାହୁ, ଧର୍ମପଦ ଗ୍ରହାଚାର୍ଯ୍ୟ, ସର୍ବେଶ୍ୱର ପରିଡା, ବେଣୁଧର ନାୟକ, ପୁରୋସ୍ତମ ମହାଳିକ, ଧର୍ମବୀର କୁଅଁର, ପିତାମ୍ବର ମହଲା, ଆରକେଶ ନାୟକ, ବାଦଲ ମହାଳିକ, ସୁବାଶ ମହାଳିକ, ବାବୁ ମହାପାତ୍ର ଓ ନିତ୍ୟାନନ୍ଦ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।

SOURCE: ODIA PUA