Home national news oriya ଓଲଷ୍ଟାର ଜିଲ୍ଲାସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ପାଳିତ, ନୂତନ କମିଟି ଗଠନ

ଓଲଷ୍ଟାର ଜିଲ୍ଲାସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ ପାଳିତ, ନୂତନ କମିଟି ଗଠନ

14
0

Source :- ODIA PUA

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ (ଓଲଷ୍ଟା) ପକ୍ଷରୁ ଜିଲ୍ଲାସ୍ତରୀୟ ସାମ୍ବିଧାନିକ ସମ୍ମିଳନୀ–୨୦୨୬ ଧାମନଗର ବ୍ଲକ ଅନ୍ତର୍ଗତ ଡିଲୋସ୍ଥିତ ମାୟାଧର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରବିବାର ମହାସମାରୋହରେ ପାଳିତ ହୋଇଛି। ସଂଘର ଜିଲ୍ଲା ସଭାପତି ନକୁଳ ଚରଣ ବାରିକଙ୍କ ପୌରହିତ୍ୟରେ ଆୟୋଜିତ ପ୍ରଥମ ଅଧିବେଶନକୁ ପ୍ରାକ୍ତନ ରାଜ୍ୟ ଯୁଗ୍ମ ସମ୍ପାଦକ ରୋହିତ କୁମାର ଜେନା ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଭୀମସେନ ହୋ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶଶଧର ମହନ, ଅଲେଖ ଚନ୍ଦ୍ର ନାୟକ, ଧାମନଗର ଏବିଇଓ ସତ୍ୟସୁନ୍ଦର ପରିଡା, ବାସୁଦେବପୁର ଏବିଇଓ ତପନ କୁମାର ଦ୍ୱିବେଦୀ, ପୁରୁଷୋତମ ଧଳ, ଅଶୋକ କୁମାର ସାମଲ, ଘନଶ୍ୟାମ ସ୍ୱାଇଁ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇ ସଂଘର ସୁସଂଗଠନ ଓ ଉନ୍ନତି ସମ୍ପର୍କରେ ମତ ପ୍ରକାଶ କରିଥିଲେ। ପ୍ରାରମ୍ଭରେ ବ୍ଲକ ସମ୍ପାଦକ ମନୋଜ କୁମାର ସିଂହ ଅତିଥି ପରିଚୟ ଦେଇଥିବା ବେଳେ ଜିଲ୍ଲା ସମ୍ପାଦକ ଉପେନ୍ଦ୍ର କୁମାର ବିଶ୍ୱାଳ ସମ୍ପାଦକୀୟ ପଠନ କରିଥିଲେ। ପରେ ସଂଘର ରାଜ୍ୟ ସଭାପତି ବିକ୍ରମ କୁମାର ଦାସଙ୍କ ସଭାପତିତ୍ୱରେ ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜ୍ୟ ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା, ଉପସଭାପତି ଅଶୋକ କୁମାର ରାଉତ, ‘ଶିକ୍ଷକ ଦର୍ପଣ’ ପତ୍ରିକାର ସମ୍ପାଦକ ସୁଶାନ୍ତ କୁମାର ପ୍ରଧାନ, ସୁଦର୍ଶନ ସ୍ୱାଇଁ ଓ ପ୍ରଣୟ କୁମାର ସିଂହ ପ୍ରମୁଖ ଯୋଗଦେଇ ସଂଘକୁ ଆହୁରି ସଶକ୍ତ କରିବା ନେଇ ମତ ପ୍ରକାଶ କରିଥିଲେ। ଏହି ଅବସରରେ ନୂତନ ଜିଲ୍ଲା କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇ ସଭାପତି ଭାବେ ଶାନ୍ତିଲତା ପଣ୍ଡା ଓ ସମ୍ପାଦକ ଭାବେ ମାୟାଧର ଦାସ ମନୋନୀତ ହୋଇଛନ୍ତି। ସେଥିପାଇଁ ସଦସ୍ୟମାନଙ୍କୁ ନେଇ ୧୩ ଜଣିଆ କମିଟି ଗଠନ କରାଯାଇଛି। ସମ୍ମିଳନୀରେ ଜିଲ୍ଲାର ୭ଟି ବ୍ଲକର ଶିକ୍ଷକ–ଶିକ୍ଷୟିତ୍ରୀମାନେ ଯୋଗଦେଇ ସମ୍ମିଳନୀକୁ ସଫଳ କରିଥିଲେ। ଶେଷରେ ଭଣ୍ଡାରିପୋଖରୀ ବ୍ଲକର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।

SOURCE: ODIA PUA