Home national news oriya ଓଡ଼ିଶା ଶିଳ୍ପୀ ମହାସଂଘ ତିହିଡି଼ ଶାଖା ଗଠିତ

ଓଡ଼ିଶା ଶିଳ୍ପୀ ମହାସଂଘ ତିହିଡି଼ ଶାଖା ଗଠିତ

7
0

Source :- ODIA PUA

ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି କଲେଜ ଛକ ଠାରେ ଓଡ଼ିଶା ଶିଳ୍ପୀ ମହାସଂଘର ତିହିଡି଼ ଶାଖା ଗଠିତ ହୋଇଛି । ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲା ସଭାପତି ଆନନ୍ଦ ଚନ୍ଦ୍ର ନାୟକ ଓ ବାଲେଶ୍ୱର ଜିଲା ସଂଯୋଜକ ରଘୁନାଥ ସାହୁ ଅତିଥି ଭାବେ ଯୋଗଦେଇଥିଲେ । ତିହିଡି଼ ଶାଖାର ସଭାପତି ଭାବେ ଲଷ୍ମୀଧର ବେହେରା ଓ ସମ୍ପାଦକ ରାଜକିଶୋର ସେଠୀ, ସଂଯୋଜକ ମନୋଜ କୁମାର ମୁଦୁଲି ଏବଂ ବଳରାମ ଭୂୟାଁ ମନୋନୀତ ହୋଇଥିଲେ । ସଂଘରେ ବିଭିନ୍ନ ଶ୍ରେଣୀର ଶିଳ୍ପୀ ଓ ବୁଣାକାରମାନେ କିପରି ଅଧିକ ସାମିଲ ହେବେ ସେଦିଗରେ ଯତ୍ନବାନ ହେବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ । ବୈଠକରେ ବୀରେନ ସୂତାର, ରମାକାନ୍ତ ଓଝା, ରମେଶ ଚନ୍ଦ୍ର ସାହୁ, ପ୍ରଫୁଲ୍ଲ ଓଝା, ଆନନ୍ଦ କୁମାର ଦାସ, ଅନିତା ଭୂୟାଁ, ବାସନ୍ତୀ ପାତ୍ର, ସୀତା ପରିଡ଼ା, ବାସନ୍ତୀ ଓଝା, ଗୀତାରାଣୀ ଘଡ଼େଇ, ସୁକାନ୍ତି ମଣ୍ଡଳ, ଶାନ୍ତିଲତା ମଣ୍ଡଳ, ମାନସ ରଞ୍ଜନ ମୁଦୁଲି, କିଶୋର ସୂତାର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

SOURCE: ODIA PUA