Source :- ODIA PUA
ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଭଦ୍ରକ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓସୱାସ୍ (ଓଏସ୍ଡବ୍ଲ୍ୟୁଏଏସ) (ଓଡ଼ିଶା କାର୍ଯ୍ୟପ୍ରବାହ ସ୍ୱୟଂକ୍ରିୟକରଣ ବ୍ୟବସ୍ଥା), କାର୍ଯ୍ୟକାରିତା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଓସୱାନ୍ ଭିସି ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସତ୍ୟରଞ୍ଜନ ସାହୁ, ଡୋମେନ ଉପଦେଷ୍ଟା, ଓସୱାସ୍ ପି.ଏମ୍.ୟୁ., ଓକାକ ଓ ଟିମ୍ ଓସୱାସ୍ ପି.ଏମ୍.ୟୁ. ଯୋଗ ଦେଇଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଜିଲ୍ଲାର ବ୍ଲକସ୍ତର ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟରେ ଓସୱାସ୍ କାର୍ଯ୍ୟକାରିତାର ସମୀକ୍ଷା ସମ୍ପର୍କିତ ପିପିଟି ଉପସ୍ଥାପନ କରାଯାଇଥିଲା। ଓସୱାସ୍ କାର୍ଯ୍ୟକାରିତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାଜ୍ୟରେ ଚତୁର୍ଥ ସ୍ଥାନ ଅଧିକାର କରିଥିବାବେଳେ, ଭଦ୍ରକ ଜିଲ୍ଲା ଅଷ୍ଟମ ସ୍ଥାନରେ ସ୍ଥାନିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ,ମୁଖ୍ୟ ଉନ୍ନୟନ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଜିଲ୍ଲା ଓସୱାନ୍ ଭିସିରେ ଏବଂ ବ୍ଲକସ୍ତରୀୟ ଅଧିକାରୀମାନେ ବ୍ଲକ୍ ଓସୱାନ୍ ଭିସିରେ ଉପସ୍ଥିତ ଥିଲେ। ଜିଲ୍ଲାପାଳ ଆସନ୍ତା ୧୫ ଦିନ ମଧ୍ୟରେ ଓସୱାସ୍ରେ ନିଜ-ନିଜ କାର୍ଯ୍ୟଦକ୍ଷତା ବୃଦ୍ଧି କରିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ।
SOURCE: ODIA PUA



