Home national news oriya ଏପଟେ କୀର୍ତନ ଚାଲିଥିବା ବେଳେ ସେପଟେ ଜମିଜମା ବିବାଦକୁ ନେଇ ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗ

ଏପଟେ କୀର୍ତନ ଚାଲିଥିବା ବେଳେ ସେପଟେ ଜମିଜମା ବିବାଦକୁ ନେଇ ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗ

6
0

Source :- ODIA PUA

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୁରୀ ଥାନା ଭଟ୍ଟସାହି ପଂଚାୟତର ଫଳପୁର ( ବେହେରା ସାହି)ଗ୍ରାମରେ ଜମିଜମା ବିବାଦକୁ ନେଇ ଗୁରୁବାର ଯୁବକଙ୍କୁ ଟାଙ୍ଗିଆରେ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣରେ ସନାତନ ବେହେରାଙ୍କ ପୁଅ ଲିଙ୍କନ ବେହେରା ଗୁରୁତ୍ୱର ହୋଇଛନ୍ତି । ଅଭିଯୋଗ ମତେ ଗ୍ରାମରେ କୀର୍ତନ ଚାଲୁଥିବା ସମୟରେ ଏହି ଗ୍ରାମର ଦୁର୍ଯ୍ୟଧନ ବେହେରା, ବାସନ୍ତି ବେହେରା, ବିନୋଦ ବେହେରା, ପାପୁନ ବେହେରା, ରୁଦ୍ର ବେହେରା ଓ ଅନ୍ୟମାନେ ଏକତ୍ରିତ ହୋଇ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସଂଘବଦ୍ଧ ଭାବେ ଲିଙ୍କନ ବେହେରା, ତାଙ୍କ ମା, ବାପା, ଦାଦାଙ୍କ ସହିତ ବଚସା କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଲିଙ୍କନ ପ୍ରତିବାଦ କରିବାରୁ ଏହି ଯୁବକ ମାନେ ଟାଙ୍ଗିଆ, ଭୁଜାଲି ଓ ବାଡ଼ି ସାହାଯ୍ୟରେ ଆକ୍ରମଣ କରିଥିଲେ । ଏଥିରେ ଲିଙ୍କନ ର ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏମିତିକି କୀର୍ତନ ଦେଖିବାକୁ ଓ ଖାଇବାକୁ ଆସିଥିବା ଲୋକଙ୍କୁ ଯୁବକ ମାନେ ମାରାଣାସ୍ତ୍ରରେ ଘଉଡ଼ାଇ ଦେଇଥିଲେ । ଏଥିରେ ଲିଙ୍କନ ଙ୍କ ସମେତ ପରିବାରର ଅନ୍ୟମାନଙ୍କୁ ନିର୍ଘାତ ମାଡ଼ ମାରି ଗୁରୁତ୍ୱର କରିଥିଲେ । ଦୁର୍ଯ୍ୟଧନ ବେହେରା ଜଣେ ଗୁଣ୍ଡା ପ୍ରକୃତିର ଯୁବକ । ସେ ଅଂଚଳରେ ବିଭିନ୍ନ ଲୋକଙ୍କ ସହିତ ଝଗଡ଼ା ଝାନ୍ତୀ ଓ ତାଙ୍କ ନାମରେ ବିଭିନ୍ନ ଥାନା ରେ ମାମଲା ରହିଛି । ଦୁର୍ଯ୍ୟଧନ ଗ୍ରାମ ଳୋକଙ୍କୁ ପ୍ରତିଦିନ ଧମକା ଚମକା କରୁଥିବା ମଧ୍‌ଯ ଅଭିଯୋଗ ହୋଇଛି । ତେବେ ଅଭିଯୋଗ ପାଇ ଧୁଷୁରୀ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖୁଛି । ତୁରନ୍ତ ଅଭିଯୁକ୍ତ ଙ୍କୁ ଗିରଫ ପାଇଁ ସନାତନ ବେହେରା, ରବୀନ୍ଦ୍ର ବେହେରା,ହୃଷୀକେଶ ବେହେରା,ପରମେଶ୍ୱର ବେହେରା, ଗଙ୍ଗା ଧର ବେହେରା,ମିନାକ୍ଷୀ ବେହେରା, ଜୟନ୍ତୀ ବେହେରା,ମାମିନା ବେହେରା,କନକ ବେହେରା, ତୁଳସୀ ବେହେରା, ନୟନା ବେହେରା ପ୍ରମୁଖ ଆକୁଳ ନିବେଦନ କରିଛନ୍ତି । ଅନ୍ୟପକ୍ଷେ ଦୁର୍ଯ୍ୟଧନ ଙ୍କ ତରଫରୁ ମଧ୍‌ଯ ଏକ ଅଭିଯୋଗ ହୋଇଛି ।

SOURCE: ODIA PUA