Home national news oriya ଉଠା ଜଳସେଚନ ବିଭାଜନ ଆନୁକୂଲ୍ୟରେ ପାଣିପଂଚାୟତ ପକ୍ଷ ୨୦୨୪-୨୫ ପାଳିତ

ଉଠା ଜଳସେଚନ ବିଭାଜନ ଆନୁକୂଲ୍ୟରେ ପାଣିପଂଚାୟତ ପକ୍ଷ ୨୦୨୪-୨୫ ପାଳିତ

1
0

Source :- ODIA PUA

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଉଠା ଜଳସେଚନ ବିଭାଜନ ଆନୁକୂଲ୍ୟରେ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ୨୦୨୪-୨୫ ସ୍ଥାନୀୟ ସୀତାରାମ କଲ୍ୟାଣ ମଣ୍ଡପ ଠାରେ ନିର୍ବାହୀ ଯନ୍ତ୍ରୀ ଇଂ ଜି. ତାରେଶ୍ୱର ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଯୋଗଦେଇ ଚାଷୀମାନଙ୍କୁ ଉଠା ଜଳସେଚନ ମାଧ୍ୟମରେ ଜଳର ସୁବିନିଯୋଗ କରିବା ସହିତ ପାଣି ପଂଚାୟତର କର୍ମକର୍ତାମାନେ ପ୍ରକଳ୍ପର ଯନ୍ତ୍ରାଂଶ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇଥିବା ସହ ଚାଷୀ ଚାହିଁଲେ ରାଜ୍ୟରେ ଖାଦ୍ୟାଭାବ ପରିଲକ୍ଷିତ ହେବନାହିଁ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଜିଲା ପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା ଯୋଗଦେଇ ଭଦ୍ରକ ଉଠା ଜଳସେଚନ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଚାଷୀମାନଙ୍କୁ ପାଣି ପଂଚାୟତ ଦ୍ୱାରା କେମିତି ସ୍ୱାବଲମ୍ବୀ ହୋଇପାରିବେ ଉପଦେଶ ଦେଇଥିଲେ। କୃଷି ବିଭାଗରୁ ଆସିଥିବା ମୁଖ୍ୟ ଜିଲା କଅଷି ଅଧିକାୀ ଜଗଦୀଶ ବେହେରା, ଅବସରପ୍ରାପ୍ତ କୃଷି ଅଧିକାରୀ ଶ୍ରୀଧର ଦାସ, ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନବିତ୍ ହୃଦୟ ରଂଜନ ଜେନା, ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ନରୋତମ ସ୍ୱାଇଁ ଯୋଗଦେଇ ଚାଷୀମାନଙ୍କୁ ଚାଷ ବିଷୟରେ ଓ ଉଠାଜଳସେଚନ ଦ୍ୱାରା ଚାଷୀମାନଙ୍କୁ କେମିତି ସୁଫଳ ପାଇବେ ବିଭିନ୍ନ ଉପଦେଶ ଦେଇଥିଲେ। ଜିଲା ପରିଷଦର ସଦସ୍ୟ ମଳୟ କୁମାର ଜେନା ଯୋଗଦେଇ ଭଦ୍ରକ ଉଠା ଜଳସେଚନ ବିଭାଗ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରଷ୍କାର ପ୍ରଦାନ କରାଯାଇଥିଲା। ଏହି ସଭାରେ ଇଂ କଳାକାର ବାରିକ, ଇଂ ମୁକ୍ତାର ଅହମ୍ମଦ ରସିଦ୍ ସଭା ପରିଚାଳନା କରିବା ସହିତ ଇଂ ହବିବୁଲ୍ଲା ଖାଁ, ଇଂ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଇଂ ଶ୍ରୁଭାଂଶୁ କର, ଇଂ ବିନତ ପାଲକିଆ, ସତ୍ୟ ଚକ୍ରବର୍ତୀ ପ୍ରମୁଖ ସହଯୋଗ କରିଥିବାବେଳେ ଇଂ ଭୀମସେନ ମଲ୍ଲିକ ସମସ୍ତ ଦାୟିତ୍ୱ ବହନ କରିଥିଲେ।

SOURCE: ODIA PUA