Home national news oriya ଆସନ୍ତା ୨୦ ତାରିଖ ଭାରତ ବନ୍ଦ ନିମନ୍ତେ ପ୍ରସ୍ତୁତି ବୈଠକ

ଆସନ୍ତା ୨୦ ତାରିଖ ଭାରତ ବନ୍ଦ ନିମନ୍ତେ ପ୍ରସ୍ତୁତି ବୈଠକ

5
0

Source :- ODIA PUA

ଭଦ୍ରକ, ୧୬ା୫ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ବାଲେଶ୍ୱର ଠାରେ ମିଳିତ ଟ୍ରେଡ୍ ୟୁନିୟନ ତରଫରୁ ବିର୍ଲା ଟାୟାର୍ସ କମ୍ପାନୀ ର ବିଭିନ୍ନ ସମସ୍ୟା ସମ୍ପର୍କରେ ଓ ଆସନ୍ତା ୨୦ ତାରିଖ ରେ ୧୭ ଦଫା ଦାବି ଓ ସରକାର ଙ୍କ ଶ୍ରମିକ ମାନଙ୍କ ମାରଣ ନୀତି ବିରୁଦ୍ଧରେ ହେବାକୁ ଥିବା ସ୍ୱର୍ ଭାରତୀୟ ଶ୍ରମିକ ଆନ୍ଦୋଳନ (ଭାରତ ବନ୍ଦ) ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ବିଜୁ ଜନତା ଦଳର ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୂର୍ବତନ ବିଧାୟକ ପ୍ରଦୀପ ପଣ୍ଡା, ପୂର୍ବତନ ବିଧାୟକ ସ୍ୱରୂପ କୁମାର ଦାସ, ଟ୍ରେଡ଼ ୟୁନିୟନ ର ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହି ଏବଂ ସମସ୍ତ କର୍ମକର୍ତା ଓ ସଦସ୍ୟ ବୃନ୍ଦ ଯୋଗ ଦେଥିଲେ। ଏଥିରେ ପ୍ରଫୁଲ୍ଲ ସାମଲ ତାଙ୍କ ବକ୍ତବ୍ୟରେ କହିଥିଲେ “ବିଜୁ ଶ୍ରମିକ ସାମ୍ମୁଖ୍ୟ” ହେବାକୁ ଥିବା “ସ୍ୱର୍ ଭାରତୀୟ ଶ୍ରମିକ ଆନ୍ଦୋଳନ”କୁ ସମ୍ପୂର୍ଣ୍ଣ ସହଯୋଗ ଓ ସମର୍ଥନ କରିବ। ଏଥିସହ ସମସ୍ତ ଶ୍ରମିକ ଭାଇ ମାନଙ୍କୁ ଏଥିରେ ସାମିଲ ହେବା ପାଇଁ ନିବେଦନ କରିଛନ୍ତି।

SOURCE: ODIA PUA