Home national news oriya ଆନନ୍ଦପୁର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ

ଆନନ୍ଦପୁର ଉଚ୍ଚମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣୀ ଉତ୍ସବ

13
0

Source :- ODIA PUA

ଭଦ୍ରକ, ୧୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ସ୍ଥିତ ଯଗନ୍ନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବାର୍ଷିକ ପୁରସ୍କାର ବିତରଣୀ ସଭା ଶୁକ୍ରବାର ଅପରାହ୍ନ ରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ସତ୍ୟଜିତ ସାହୁ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଧାମନଗର ମହାବିଦ୍ୟାଳୟ ର ଅଧ୍ୟାପକ ଡ ବୈରଗଞ୍ଜନ ଦାଶ,ମୁଖ୍ୟବକ୍ତା ଏ ବିଇଓ ସତ୍ୟ ସୁନ୍ଦର ପରିଡ଼ା,ଅନ୍ୟତମ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ଦାଶ, ଅଧ୍ୟାପକ ହିମାଂଶୁ ଶେଖର ଦାଶ,ଖଡ଼ିପଦା ସିଆରସିସି ଦେବବ୍ରତ ନାୟକ, ସ୍ଥାନୀୟ ସରସ୍ୱତୀ ଆଶ୍ରମ ର ମହାରାଜ ସ୍ୱାମୀ ଶବ୍ଦାନନ୍ଦ ,ପୂର୍ବତନ ସରପଂଚ ବିଜୟ କୁମାର୍ ଦାସ ,ଶରତ ମାଝୀ, ବିଦ୍ୟାଳୟ ,ଖଙ୍ଗରା ସିଆରସିସି ଅଶ୍ୱିନୀ କୁମାର ଜେନା ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ଛାତ୍ରୀ ଛାତ୍ର ଭଲ ପାଠ ପଢ଼ି ଜୀବନରେ ଜଣେ ଜଣେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶିକ୍ଷକ ଲକ୍ଷ୍ମୀପ୍ରିୟା ଦାସ,ଚିନ୍ମୟ ଚନ୍ଦନ ରାଉତ, ସୁଦିପ୍ତା ସାମଲ,ରକ୍ଷାକର ତରେଇ, ସତ୍ୟଭାମା ବାରିକ,ଯତୀନ୍ଦ୍ର ନନ୍ଦ,ପବିତ୍ର ମୋହନ ବାରିକ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଛାତ୍ରୀ ଛାତ୍ର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ରେ କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

SOURCE: ODIA PUA