Home national news oriya ଆଖଣ୍ଡଳମଣିଙ୍କ ଶିବ ବିବାହ ଉତ୍ସବ,ଲଗ୍ନଧରା ମେ ୧୨ ରେ

ଆଖଣ୍ଡଳମଣିଙ୍କ ଶିବ ବିବାହ ଉତ୍ସବ,ଲଗ୍ନଧରା ମେ ୧୨ ରେ

6
0

Source :- ODIA PUA

ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବ୍ୟ ପୀଠ ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ ଉତ୍ସବ (ଶୀତଳ ଷଷ୍ଠୀ) ଆସନ୍ତା ୩୧ ତାରିଖ ଦିନ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭା ପ୍ରାରମ୍ଭରେ ମନ୍ଦିରର ମ୍ୟାନେଜିଙ୍ଗ ଟ୍ରଷ୍ଟି ତଥା ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଉପସ୍ଥିତ ସମସ୍ତ ପଦାଧିକାରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଶିବ ବିବାହ ଉତ୍ସବ ର ତାତ୍ପର୍ଯ୍ୟ ତଥା ବିଭିନ୍ନ ପ୍ରସ୍ତୁତି ବିଷୟ ରେ ଅବଗତ କରାଇଥିଲେ ।ପରେ ମନ୍ଦିର ବରିଷ୍ଠ ସେବାୟତ ବିଜୟ କୁମାର ଦାଶ ଶିବ ବିବାହ ଉତ୍ସବ ଶ୍ରୀଜୀଉଙ୍କର ନିତିକ ।ନ୍ତି, ବିଧି ବିଧାନ ଅନୁଯାୟୀ ୍ୱି୍ୱାହ କାର୍ଯ୍ୟ ନିର୍ଘଣ୍ଟ ଗୁଡ଼ିକ ସମ୍ପର୍କ ରେ ବିଶେଷ ସୁଚନା ପ୍ରଦାନ କରିଥିଲେ । ତଦନୁଯାୟୀ ଚଳିତ ମାସ ୧୨ ତାରିଖ ଚନ୍ଦନ ପୁର୍ଣିମା ଦିନ ଲଗ୍ନ ଧର । କାର୍ଯ୍ୟ ହେବ । ୩୦ ତାରିଖରେ ମଙ୍ଗଳ କୃତ୍ୟ ବିଧି ବିଧାନ ଓ ୩୧ ରେ ମହାପ୍ରଭୁଙ୍କ ଶିବ ବିବାହ ଉତ୍ସବ ନିତିକ ।ନ୍ତି ଅନୁସାରେ ପାଳନ କରାଯିବ ।ଏହି ବିବାହ ଉତ୍ସବରେ ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁରକ୍ଷା ପ୍ରଦାନ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍ ସେବା, ସ୍ୱାସ୍ଥ୍ୟ ସେବା, ସ୍ୱେଚ୍ଛ । ସେବୀ ମାନଙ୍କର ସେବା କାର୍ଯ୍ୟ ସମ୍ପର୍କରେ ଗୁରୁତ୍ୱ ଦେବା ସହ ବିଭାଗୀୟ ଅଧିକାରୀ ମାନଂକୁ ସହଯୋଗ କାମନା କରାଯାଇଥିଲା ।ବୈଠକରେ ଉପସ୍ଥିତ ସେବାୟତ ମାନେ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ ।ବୈଠକରେ ପ୍ରସ୍ତାବ ଗୁଡିକୁ ତର୍ଜମା କରାଯାଇ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଥିଲା ।ବିଶେଷ କରି ୍ୱି୍ୱାହ ଉତ୍ସବ କୁ ସରସ ସୁନ୍ଦର ଏବଂ ଆକର୍ଷଣୀୟ କରିବା ପାଇଁ,ବିଭିନ୍ନ ବିଷୟ ଯଥା ବରକର୍ତା ଓ କନ୍ୟାକର୍ତା ଚୟନ,ଶୃଙ୍ଖଳିତ ଦର୍ଶନ ପରିଚାଳନା, ଶାନ୍ତି ଶୃଙ୍ଖଳ । ରକ୍ଷା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା, ବିଦ୍ୟୁତ୍ ଯୋଗାଣ, ସ୍ୱାସ୍ଥ୍ୟ ସମ୍ପର୍କିତ, ରାସ୍ତା ଅବରୋଧ, କଣ୍ଟ୍ରୋଲ ରୁମ୍ ପରିଚାଳନା, ରାସ୍ତା ଘାଟ ମରାମତି, ଯାତ୍ରୀ ପରିବହନ,ସ୍ୱେଚ୍ଛାସେବୀ ମାନଂକ ର ସହଯୋଗ,ଅଗ୍ନିଶମ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ବିଷୟରେ ପୃଙ୍ଖ ।ନପୃଙ୍ଖ ଆଲୋଚନା କରାଯାଇଥିଲା ।ଏହି ବୈଠକ ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକ ।ରୀ ଡା. ସୁଧାଂଶୁ ବଳ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଡେପୁଟୀ କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସମ୍ବିତ ମାଝୀ, ମନ୍ଦିର ନିର୍ବାହୀ ଅଧିକାରୀ ବିଦ୍ୟାଧର ପଲେଇଙ୍କ ସମେତ ଟ୍ରଷ୍ଟ ସଦସ୍ୟ ସରୋଜ ଦାଶ, ସନ୍ତୋଷ ପାଢ଼ୀ, ଦେବଦତ୍ତ ପାଢ଼ୀ, ଆଶିଷ ପାଢ଼ୀ, ଅରବିନ୍ଦ ପାଢ଼ୀ, ବାବାଜୀ ପାଢ଼ୀ, ଲଲାଟ ପାଢ଼ୀ, ରାଧାକାନ୍ତ ପାଢ଼ୀ, ଆଲୋକ ପଣ୍ଡା, ସଞ୍ଜୟ ମହାପାତ୍ର ପ୍ରମୁଖ ,ଉପସ୍ଥିତ ଥିଲେ ।

SOURCE: ODIA PUA