Home national news oriya ଅଲ ଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ଉପରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

ଅଲ ଇଣ୍ଡିଆ ଲୟର୍ସ ୟୁନିୟନ ପକ୍ଷରୁ ଉପରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ବିକ୍ଷୋଭ

6
0

Source :- ODIA PUA

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାମିଲନାଡୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଦାୟାର କରିଥିବା ପିଟିସନ ଓ ୱାକଫ ବୋର୍ଡ ସଂଶୋଧନ ଆଇନ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ଯୁଗାନ୍ତକାରୀ ରାୟ ଓ ବିଚାର କୁ ବିରୋଧ କରି ଉପରାଷ୍ଟ୍ରପତି ଓ ବିଜେପି ସାଂସଦ ନିଶିକାନ୍ତ ଦୁବେ ସୁପ୍ରିମକୋର୍ଟ ଓ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଙ୍କ ବିରୁଦ୍ଧରେ ଯେଉଁ କଟୁ ମନ୍ତବ୍ୟ ଦେଇଛନ୍ତି ତାହା ସୁପ୍ରିମକୋର୍ଟଙ୍କ ଗାରିମାକୁ କ୍ଷୁର୍ଣ୍ଣ କରିଛି । ଏହା ବିରୋଧରେ ଅଲଇଣ୍ଡିଆ ଲୟର୍ସ ୟୁନିୟନ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ବିକ୍ଷୋଭ ଓ ପ୍ରତିବାଦ ସଭା ଜିଲ୍ଲା ନ୍ୟାୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ କରାଯାଇ ଉପରାଷ୍ଟ୍ରପତି ଙ୍କ ଇସ୍ତଫା ଓ ବିଜେପି ସାଂସଦ ନିଶିକାନ୍ତ ଦୁବେ ଙ୍କ ଗିରଫ ଦାବି କରାଯାଇଛି । ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଭଦ୍ରକ ଓକିଲ ସସଂଘ ପୂର୍ବତନ ସଂପାଦକ ଦିବ୍ୟସିଂହ ନାୟକ, ଅଲ ଇଣ୍ଡିଆ ଲୟର୍ସ ୟୁନିୟନ ଜିଲ୍ଲା ସଭାପତି ସନ୍ତୋଷ ନାୟକ,ଜିଲ୍ଲା ସଂପାଦକ ରାଧାନାଥ ଦାସ , ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥ, ବରିଷ୍ଠ ଆଇନଜୀବୀ ରଞ୍ଜନ ନାୟକ, ନିତ୍ୟାନନ୍ଦ ଦାସ, ନିଶିକାନ୍ତ ନାୟକ, ଅଶୋକ ନାୟକ , ପ୍ରଫୁଲ୍ଲ ପାଢୀ, ରତ୍ନାକର ବାରିକ୍‌, ଭିକୁନ ଦାସ, ଯୁବ ଆଇନଜୀବୀ ବିକାଶ ନାଥ , ସଞ୍ଜୟ ନାୟକ, ଗିରିଜାଶଙ୍କର ଦାସ, ଜିତେନ୍ଦ୍ର ସୂତାର, ଅମ୍ରିତ ପ୍ରିତମ ନାୟକ, କୌଶିକ ଦାସ, ବିନୋଦ ସାହୁ, ଉଜ୍ୱଳ ଯେନା ପ୍ରମୁଖ ଯୋଗଦେଇଥିଲେ ।

SOURCE: ODIA PUA