Source :- ODIA PUA
ଭଦ୍ରକ, ୧୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନେତାଜିନଗର ସ୍ଥିତ ଜାନକୀ ନିଲୟ ଭବନ ଠାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ର ଜିଲ୍ଲା କମିଟି ବୈଠକ ସୁମତି ନାୟକ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ରାଜ୍ୟ ସମ୍ପାଦିକା ସୁରଜିତା ନାୟକ ଉପସ୍ଥିତ ରହି , ଅନ୍ତର୍ଜାତୀୟ,ଜାତୀୟ ର ରାଜନୈତିକ, ଆର୍ôଥକ ପରିସ୍ଥିତି ବିଷୟରେ ବକ୍ତବ୍ୟ ରଖିଥିଲେ। ଆମେରିକାର ଯୁଦ୍ଧ ଖୋର୍ ମନୋଭାବ ଏବଂ ଏକଚ୍ଛତ୍ର ବାଦୀ ନୀତିକୁ ନିନ୍ଦା କରିଥିଲେ। ଆଜି ସାରା ଦେଶରେ ଆତଙ୍କ ଖେଳି ଗଲାଣି।ଜାଳେଣି ଗ୍ୟାସ ର ଅଭାବରେ ହୋଟେଲ ବନ୍ଦ ହେବାକୁ ବସିଲାଣି,ଗ୍ୟାସ ବଦଳରେ ଲୋକେ କାଠ ଓ କୋଇଲା ଚୁଲା କୁ ବ୍ୟବହାର କଲେଣି।ଏଭଳି ପରିସ୍ଥିତି ଦେଶ ରେ ଦେଖା ଦେଇଥିଲା ବେଳେ ଓଡ଼ିଶାରେ ମହିଳା,ଆଦିବାସୀ,ଦଳିତ ଓ ସଂଖ୍ୟା ଲଘୁ ଙ୍କ ଉପରେ ନିର୍ଯାତନା ବଢ଼ି ଚାଲିଛି। ଜଳ,ଜମି,ଜଙ୍ଗଲ କୁ ଟେକି ଦିଆ ଯାଉଛି କର୍ପୋରେଟ ହାତରେ। ଗଣତନ୍ତ୍ର ବିପନ୍ନ ହେଉଛି। ଡବଲ ଇଞ୍ଜିନ ସରକାରଙ୍କର ଜନ ବିରୋଧୀ ନୀତି ପାଇଁ ଦରବୃଦ୍ଧି ବେକାରୀ ଓ ମହିଳା ନିର୍ଯ୍ୟାତନା ଦିନକୁ ଦିନ ବଢ଼ୁ ଥିବାରୁ ତାର ପ୍ରତିବାଦ ରେ ମହିଳା ମାନେ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଏକ ହୋଇ ଲଢିବା ପାଇଁ ଆହ୍ୱାନ ଦେଇଥିଲେ।ଏହି ବୈଠକ ରେ ଜିଲ୍ଲା ସମ୍ପାଦିକା ପ୍ରଭାତୀ ଜେନା ଜିଲ୍ଲାର ସମସ୍ତ କାର୍ଯ୍ୟାବଳୀ ର ବିବରଣୀ ପ୍ରଦାନ କରିଥିଲେ। ଆଗାମୀ ଦିନରେ ମହିଳା ମାନଙ୍କର ଅଧିକାର, ମାଇକ୍ରଫାଇନାନ୍ସ ର ଶୋଷଣ ବିରୁଦ୍ଧରେ ସମସ୍ତ ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାପାଇଁ ନିଷ୍ପତି ନିଆ ଯାଇଛି।ଏହି ବୈଠକ ରେ ଜିଲ୍ଲା କମିଟି ସଭ୍ୟ ଶିକ୍ଷା ମହାପାତ୍ର,ରୋଜାଲିନ ସାମ୍ୟବାଦୀ,ପ୍ରତିମା ସ୍ୱାଇଁ,କାମିନୀ ଭୋଇ,ପ୍ରଭାତୀ ଦାସ,ଶାନ୍ତି ନାୟକ, ସଂଯୁକ୍ତା ଯାଦବ,ସବିତା ବିଶ୍ୱାଳ,ବର୍ଷାରାଣୀ,ଝୁନୁଲତା, ପ୍ରମୁଖ ଯୋଗ ଦେଇଥିଲେ।
SOURCE: ODIA PUA



