Home national news oriya ୨୪ କେଜି ଗଂଜେଇ ଜବତ, ୪ ଗିରଫ

୨୪ କେଜି ଗଂଜେଇ ଜବତ, ୪ ଗିରଫ

14
0

Source :- ODIA PUA

ଭଦ୍ରକ, ୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ପେଶାଲ ଟିମ୍ ଚରମ୍ପା ରେଳଷ୍ଟେସନ ରାସ୍ତାରୁ ୨୪ କେଜି ଗଂଜେଇ ଜବତ କରି ତିନିଜଣ ମହିଳାଙ୍କ ସମେତ ଜଣେ ପୁରୁଷକୁ ଗିରଫ କରିଛି। ଏହି ଗଂଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଏହି ଅଭିଯୁକ୍ତଙ୍କ ନିକଟରୁ ଗଂଜେଇ ସମେତ ୪ଟି ମୋବାଇଲ୍ ଓ ୨ ହଜାର ଟଙ୍କା ଜବତ ହୋଇଛି। ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଜିଲାରେ ଚୋରା ନିଶାଦ୍ରବ୍ୟ ରୋକିବା ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଉତ ନୂତନ ଭାବେ ଯୋଗଦେବା ସମୟରେ ଗଣମାଧ୍ୟମକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଅନେକାଂଶରେ ସଫଳ ହୋଇଛି। ତେବେ ବ୍ରାଉନସୁଗାର, ଦେଶୀ ମଦ ଓ ଗଂଜେଇ ଭଳି ନିଶାଦ୍ରବ୍ୟ ରୋକିବା ଦିଗରେ ଯଦିଓ ଜିଲା ଅବକାରୀ ବିଭାଗ ରହିଛି, କିନ୍ତୁ ବାସ୍ତବରେ ତାହା ସ୍ଥାଣୁ ପାଲଟିଛି। ଏ ସଂପର୍କରେ ଜିଲା ଅବକାରୀ ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁସାରେ ଜିଲାରେ କର୍ମଚାରୀଙ୍କ ଅଭାବ ଯୋଗୁଁ ଏହା ଫଳପ୍ରସୂ ହୋଇପାରିନାହିଁ। କିନ୍ତୁ ଜନସାଧାରଣଙ୍କ ଅଭିଯୋଗ ମୂଳେ ଅବକାରୀ ବିଭାଗ ଓ ଚୋରା ବେପାରୀଙ୍କ ସହ ଏହି ବିଭାଗର କିଛି ଅଧିକାରୀଙ୍କର ମଧୁଚନ୍ଦ୍ରିକା ରହିଛି। ତେବେ ଯାହା ଜଣାଯାଏ ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଯାଇଥିବାବେଳେ ପୁଲିସ୍ ତାର କାର୍ଯ୍ୟ କରୁଛି।

SOURCE: ODIA PUA