Home national news oriya ସରିଲା ରମ୍ଭିଳା ରାଧାକାନ୍ତ ମେଳଣ

ସରିଲା ରମ୍ଭିଳା ରାଧାକାନ୍ତ ମେଳଣ

13
0

Source :- ODIA PUA

ଭଦ୍ରକ, ୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅନ୍ତର୍ଗତ ରମ୍ଭିଳା ପଂଚାୟତର ଡାକୁଆ ଠାକୁର ଶ୍ରୀ ଶ୍ରୀ ରାଧାକାନ୍ତ ଜୀଉଙ୍କ ଦୋଳମେଳଣ ଗତକାଲି ରାତିରେ ଖୁବ ଧୁମ ଧାମରେ ପାଳିତ ହୋଇ ଯାଇଛି। ଶହେ ବର୍ଷରୁ ଅଧିକ ଦିନଧରି ପୂଜା ପାଇ ଆସୁଥିବା ରାଧାକାନ୍ତ ଜୀଉ ଦୋଳରେ ସଂକୀର୍ତନ, ଝଞ୍ଜା ମୁଦୁଙ୍ଗର ତଳେ ତଳେ ଝୁଲି ଝୁଲି ମେଳଣ ପଡିଆରେ ପହଂଚି ଥିଲେ। ପରେ ପରେ ରମ୍ଭିଳା ଶୁକ୍ଳ ସାହିରଶ୍ରୀ ଶ୍ରୀ ରସିକରାଜ ଜୀଉ,ଶ୍ରୀରାମପୁରର ଗୋବିନ୍ଦରାୟ ଜୀଉ,ପାଂଚପଡାର ଶ୍ରୀ ଶ୍ରୀ ରାଧାମୋହନ ଜୀଉ,ରମ୍ଭିଳାର ଶ୍ରୀ ଶ୍ରୀ ନୃସିଂହରାୟ ଜୀଉ, ଶାସନର ଶ୍ରୀ ଶ୍ରୀ ଲକ୍ଷ୍ମୀକାନ୍ତ ଜୀଉ,ରମ୍ଭିଲା ମଠର ଶ୍ରୀ ଶ୍ରୀ ରାଧାମୋହନ ଜୀଉ ବାଜା, ବାଣ ରୋଷଣିରେ ଦୋଳ ପଡିଆରେ ବିରାଜମାନ କରିଥିଲେ। ଅନନ୍ତ କିଶୋର ପଣ୍ଡା, ଅଭିମନ୍ୟୁ ଶୁକ୍ଳ, ଇନ୍ଦ୍ରମଣି ପଣ୍ଡା, ଲକ୍ଷ୍ମୀଧର ପଣ୍ଡା,ଉମାକାନ୍ତ ଶୁକ୍ଳ, ବସନ୍ତ କୁମାର ପଣ୍ଡା, ପ୍ରଶାନ୍ତ ପଣ୍ଡା ସହ ରାଧାକାନ୍ତ ଜୀଉ ମନ୍ଦିର କମିଟି ମେଳଣ ପରିଚାଳନାରେ ସହଯୋଗ କରିଥିଲେ।

SOURCE: ODIA PUA