Source :- ODIA PUA
ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ବ୍ଳକ ଅନ୍ତର୍ଗତ ଧୁଷୁରୀ ସ୍ଥିତ ଶ୍ରୀ ଅରବିନ୍ଦ ପାଠ ଚକ୍ର ଓ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଷୋଡ଼ଶ ବାର୍ଷିକୋତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠାନର ଟ୍ରଷ୍ଟି ମଧୁମିତା ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିଲା। ପ୍ରାତଃ ୭ ଘଟିକାରେ ପାଠଚକ୍ର,୮ଟା ୩୦ ମିନିଟରେ ମାତୃ ପତାକା ଉତୋଳନ ପରେ ଶୁଭଲକ୍ଷ୍ମୀ ନାଥଙ୍କ ଦ୍ୱାରା ଧ୍ୟାନ ଓ ପ୍ରାର୍ଥନା ପୁସ୍ତକ ପଠନ,ରାକ୍ଷୀ ସାମଲଙ୍କ ଦ୍ୱାରା ଦୁର୍ଗା ସ୍ତୋତ୍ର ପାଠ,ସୁଶ୍ରୀ ତପସ୍ୟା ରାଉତଙ୍କ ଦ୍ୱାରା ସାବିତ୍ରୀ ପଠନ,ସୁଶ୍ରୀ ଆରାଧ୍ୟା ନାୟକଙ୍କ ଚିରନ୍ତନି ପଠନ ଅନୁଷ୍ଠିତ ହୋଇଥିଲା । ସକାଳ ୯ ଘଟିକାରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚ୍ୟ ବିଷୟ ଥିଲା ଚେତନାର ଯାତ୍ରା,ଦିବ୍ୟ ଜନନୀଙ୍କ ଧରାବତରଣ ଏବଂ ଦିବ୍ୟ ଚେତନାର ନାରୀ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଆଲୋଚକ ମାତ୍ର ସାଧକ ଅଶୋକ କୁମାର ସାହୁ,ମାତୃ ସାଧୁକା ଉର୍ମିଳା ରାଉତ ଏବଂ ବିଦ୍ୟୁତଲତା ନାୟକ ପାଠଚକ୍ରକୁ ସଂଚାଳନା କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ନୃସିଂହ ଚରଣ ନାୟକ। ଦ୍ୱିତୀୟ ସୋପାନରେ ଅନୁଷ୍ଠାନର ସଭାପତି ଅଧ୍ୟାପକ ରବୀନ୍ଦ୍ର କୁମାର ବେହୁରିଆଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବକୁ ଉଦ୍ଘାଟନ କରିଥିଲେ ଭଦ୍ରକ ଜିଲ୍ଲା ଡେପୁଟି କଲେକ୍ଟର ଦେବବ୍ରତ ମହାପାତ୍ର ଏବଂ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ପ୍ରେଫେସର ଡ. ବାସନ୍ତୀ ରଉତ। ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡ.ଦତାତ୍ରେୟ ଦାଶ। ସମ୍ମାନିତ ବକ୍ତା ଭାବେ “ସକାଳ” ଓ ନନ୍ଦିଘୋଷ ଟିଭିର ପ୍ରକାଶକ ଅମିତ କୁମାର ମଲ୍ଲିକ,ବରିଷ୍ଠ ସମିତି ସଭ୍ୟ ବିଦ୍ୟାଧର ରାଉତ,ଶିକ୍ଷାବିତ ଅଲେଖ ଚନ୍ଦ୍ର ନାୟକ,ପର୍ଶୁରାମ ପଣ୍ଡା ଓ ହେମନ୍ତ କୁମାର ସୁତାର ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଦେବାଶିଷ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ସୁଧୀର କୁମାର ନାୟକ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଉତ୍ସବ ଅବସରରେ ପ୍ରଫେସର ଡ. ଗୋଲକ ବିହାରୀ ସାହୁ ଏବଂ ପ୍ରଫେସର ପବିତ୍ର ପାଣିଗ୍ରାହୀଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର, ଉତରିୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରକାଶ ଥାଉକି ୨୦୨୯ ନିର୍ବାଚନକୁ ଆଖିଆଗରେ ରଖି ଧାମନଗର ପୂର୍ବତନ ବିଧାୟକ ସ୍ୱର୍ଗତ ମାନସ ରଞ୍ଜନ ମଲ୍ଲିକଙ୍କ ଯୋଗ୍ୟ ସନ୍ତାନ ସାନ ପୁଅ ବିଜେଡି ନେତା ଦୈନିକ ଖବରକାଗଜ “ସକାଳ”ର ପ୍ରକାଶକ ଅମିତ କୁମାର ମଲ୍ଲିକ ଧାମନଗର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବାର ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
SOURCE: ODIA PUA



