Home national news oriya ଶ୍ରୀରାମ ନବମୀ ମହୋତ୍ସବ ୨୦୨୬, ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଧନ୍ୟବାଦ ଅର୍ପଣ

ଶ୍ରୀରାମ ନବମୀ ମହୋତ୍ସବ ୨୦୨୬, ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ଧନ୍ୟବାଦ ଅର୍ପଣ

8
0

Source :- ODIA PUA

ଭଦ୍ରକ, ୨୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭବ୍ୟ, ଦିବ୍ୟ ଓ ଆନନ୍ଦମୟ ୩୬ ବର୍ଷର ଶ୍ରୀରାମ ନବମୀ ମହୋତ୍ସବ ସମାପନ ହୋଇଯାଇଛି। ମାତୃଭୂମୀ ପାଇଁ ଗଣଦୌଡ଼ ଠୁ ଆରମ୍ଭ କରି ଗୋ ମାତା ଓ ସାଧୁ ସନ୍ଥ ପୂଜନ, ସ୍ୱାଗତ ପରିପ୍ରେକ୍ଷୀରେ ବାଇକ୍ ଶୋଭାଯାତ୍ରା, ବାଲ ବଜରଙ୍ଗୀ ସାଇକେଲ ଶୋଭାଯାତ୍ରା, ୭ ଦିନ ବ୍ୟାପୀ ଗାନ୍ଧୀ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଆଜ୍ଞା ମାଳ ଯାତ୍ରା, ମହିଳା କଳସ ଶୋଭାଯାତ୍ରା, ୩ ଦିନ ବ୍ୟାପୀ ଶ୍ରୀରାମ ନବମୀ ମହାଯଜ୍ଞ, ୧୦୮ ଅଖଣ୍ଡ ହନୁମାନ ଚାଳିଶା ପାଠ ଏବଂ ଐତିହାସିକ ନଗର ସଙ୍କୀର୍ତନ ଶୋଭାଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁ ସାମିଲ ହୋଇ ସଫଳ କରିଥିଲେ। ଶ୍ରୀରାମ ମହାଯଜ୍ଞ ସମିତିର ଶତାଧିକ କାର୍ଯ୍ୟକର୍ତା ନିଜର ତ୍ୟାଗ, ସମର୍ପଣ ଓ ପ୍ରଚେଷ୍ଟାରେ ଏ ଭବ୍ୟ ଦିବ୍ୟ ଶ୍ରୀରାମ ନବମୀର ରୂପରେଖ ପ୍ରସ୍ତୁତ କରିବାଠୁ ଆରମ୍ଭ କରି ପ୍ରତିଟି କାର୍ଯ୍ୟକୁ ସୁଚାରୁରୂପେ ଅନ୍ତିମ ସୋପାନ ପର୍ଯ୍ୟନ୍ତ ନିର୍ଭୁଲ ଭାବେ ନିର୍ବାହ କରିବାର ଦାୟିତ୍ୱ ତୁଲାଇଥିଲା। ଶ୍ରୀରାମ ନବମୀ ମହୋତ୍ସବ ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମର ସଫଳତା ଏବଂ ଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଲକ୍ଷ ଲକ୍ଷ ଶ୍ରୀରାମ ଭକ୍ତ, ସମସ୍ତ ମେଢ଼ କମିଟି, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ଗଣମାଧ୍ୟମ, ସାମାଜିକ ସଙ୍ଗଠନ, ସାମାଜିକ କର୍ମୀ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗ, ଭଦ୍ରକ ପୌରପାଳିକା, ସଫେଇ କର୍ମଚାରୀ, ବିଦ୍ୟୁତ୍ ବିଭାଗ ଆଦି ଙ୍କର ସାହାଯ୍ୟ ଓ ସହଯୋଗରେ ଆୟୋଜନ ସଫଳ ହୋଇଥିଲା। ପରିଶେଷରେ ସମସ୍ତଙ୍କୁ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ତରଫରୁ ଅନେକ ଅନେକ ଅଭିନନ୍ଦନ ଓ କୃତଜ୍ଞତା। ଆପଣ ମାନଙ୍କର ଏପରି ସାହାଯ୍ୟ ସହଯୋଗ ସଦା ସର୍ବଦା ରହିଥାଉ।

SOURCE: ODIA PUA