Home national news oriya ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବ

7
0

Source :- ODIA PUA

ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଂଚାୟତ ପାଲା ପଡ଼ିଆ ଠାରେ ଲକ୍ଷ୍ମୀ ନାରାୟଣ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶନିବାର ଠାରୁ ଆରମ୍ଭ ହୋଇ ସୋମବାର ପୂର୍ଣ୍ଣାହୁତି ଦିଆଯାଇ ବିଗ୍ରହ ଙ୍କୁ ମନ୍ଦିର ମଧ୍ୟରେ ପ୍ରତିଷ୍ଠା କରିଥିଲେ। ହରିହର ମିଶ୍ର, ନାରାୟଣ ମିଶ୍ର ଓ ଜୁଲୁ ମିଶ୍ର ଙ୍କ ପୂଜାର୍ଚ୍ଚନା ଓ ମୂଖ୍ୟ କର୍ତା ଭାବେ ଜ୍ୟୋତ୍ସ୍ନା ରାଣୀ ନାୟକ, ଉଦୟ ନାୟକ ନିକଟସ୍ତ ବୈତରଣୀ ନଦୀରୁ ଏକ ଶୋଭାଯାତ୍ରା ରେ ଜଳ ଆଣି ବିଗ୍ରହ ଙ୍କୁ ଜଳାଭିଷେକ କରିଥିଲେ। ତିନି ଦିନ ବ୍ୟାପି ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ।ପାଲା କମିଟି ସଭାପତି ପ୍ରଫୁଲ୍ଲ ନାୟକ, ସଂପାଦକ ରସାନନ୍ଦ ନାୟକ, ଗୋବିନ୍ଦ ରାଉତ, ମନୋରଞ୍ଜନ ନାୟକ, ଦାଶରଥି ରାଉତ, କୃପାସିନ୍ଧୁ ସାମଲ, ରବିନ୍ଦ୍ର ମହାପାତ୍ର,ପ୍ରଶନ୍ନ ନାୟକ, ବିଜୟ ଯେନା ପ୍ରମୁଖ ପରିଚାଳନା ରେ ଉତ୍ସବ ଟି ଅନୁଷ୍ଠିତ ହୋଇଥିଲା।

SOURCE: ODIA PUA