Home national news oriya ରାଷ୍ଟ୍ରୀୟ ଏକତା ଦିବସ ଓ ରାମନବମୀ ଉପଲକ୍ଷେ ଗଣଦୌଡ

ରାଷ୍ଟ୍ରୀୟ ଏକତା ଦିବସ ଓ ରାମନବମୀ ଉପଲକ୍ଷେ ଗଣଦୌଡ

12
0

Source :- ODIA PUA

ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘେଂଟଶ୍ୱର ଠାରେ ରାଷ୍ଟ୍ରୀୟ ଏକତା ଦିବସ ଓ ରାମନାବାମୀ ଉପଲକ୍ଷେ ଭଦ୍ରକ ଜିଲ୍ଲାର ସମସ୍ତ ଅଂଚଳ ଉତ୍ସବ ମୁଖର ହୋଇଉଠିଛି।ରାମ ନାମରେ ପ୍ରାକମ୍ପିତ ହେଉଛି ପୁରପଲ୍ଲୀ। ଭଦ୍ରକ ସହର ତଥା ଜିଲ୍ଲାର ପ୍ରତ୍ୟକ ଛକ ଗଳିରେ ରାମ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଶନିବାର ଦିନ ୮.୩୦ ମିନିଟ ଠାରୁ ଘେଂଟଶ୍ୱର ର ଡାକୁଆ ଦେବତା ମହିମାମଣିଙ୍କ ମନ୍ଦିର ପ୍ରାଙ୍ଗଣରୁ ହିନ୍ଦୁତ୍ୱ ଜାଗରଣ ଗଣ ଦୌଡ଼ ଆରମ୍ଭ ହୋଇ ସମଗ୍ର ଘେଂଟଶ୍ୱର ପରିକ୍ରମା ସାରି ଘେଂଟଶ୍ୱର ବସଷ୍ଟାଣ୍ଡ ଠାରେ୧୦.୩୦ ମିନିଟ ସମୟରେ ସମାପ୍ତ ହୋଇଥିଲା । ଏହି ଗଣ ଦୌଡ଼ରେ ବରିଷ୍ଠ ନେତା ତଥା ତ୍ୟାଗ ଭୂମିର ସଭାପତି ଅଜୟ ନାୟକ, ଋତୁରାଜ ଦାସ, ଅମୂଲ୍ୟ ମାଝୀ, ତ୍ରିବିକ୍ରମ ଦାସ, ମିତ୍ରଭାନୁ ଦାସ, ବିବେକାନଦ ଦୀକ୍ଷିତି, ସିଦ୍ଧାନ୍ତ ବାରିକ,ସୁଜିତ୍ ପଣ୍ଡା,ଓମପ୍ରକାଶ ନାୟକ, ପୂର୍ବତନ ଘେଂଟଶ୍ୱର ଅଧକ୍ଷ ଗୋପାଳ ମହାପାତ୍ର, ଆଠ ପଂଚାୟତର ସୁଦକ୍ଷ ଯୁବ ଗୋଷ୍ଟୀ ଏହି ଗଣ ଦୌଡ଼ରେ ସାମିଲ ହୋଇ ଗଣ ଦୌଡ଼କୁ ସଫଳ କରିବା ସହିତ ଭଦ୍ରକ ଅଭି ମୁଖ୍ୟ ନଗର କୀର୍ତନ, ଶହେ ଆଠ କଳାଶ ଶୋଭା ଯାତ୍ରା ସୁଚାରୁ ରୂପେ ସମାପନ କରିଥିଲେ।

SOURCE: ODIA PUA