Home national news oriya ଭଣ୍ଡାରିପୋଖରୀ : ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ

ଭଣ୍ଡାରିପୋଖରୀ : ବିଜୁ ପଟ୍ଟନାୟକଙ୍କ ୨୯ତମ ଶ୍ରାଦ୍ଧ ଦିବସ

21
0

Source :- ODIA PUA

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଆଜି ତୋଡଙ୍ଗା ଗ୍ରାମ ପଂଚାୟତ ର (ବାରିକ ପୁର)ଛକ ନିକଟରେ ମହାନ ଜନନାୟକ,ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ,ଦେଶର ବରପୁତ୍ର, ସ୍ୱାଧୀନୋତର ଓଡ଼ିଶା ବିକାଶର ଅନନ୍ୟ ସ୍ତପତି,ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ ଶ୍ରାଦ୍ଧ ଦିବସ ଓ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା, ବନ୍ତ ବ୍ଲକ୍ ର ଉପାଧ୍ୟକ୍ଷା ପ୍ରଗତି ବାଳା ସ୍ୱାଇଁ, ଭଣ୍ଡାରିପୋଖରୀ ବ୍ଲକର ବିଜେଡ଼ି ସଭାପତି,ବନ୍ତ ବ୍ଲକ୍ ବିଜୁ ଜନତା ଦଳର ବ୍ଲକ୍ ସଭାପତି, ଭଣ୍ଡାରିପୋଖରୀ ବ୍ଲକର ବିଜୁ ଯୁବ ସଭାପତି,ବିଜୁ ଯୁବ ଜନତା ଦଳର ବନ୍ତ ବ୍ଲକ୍ ସଭାପତିଙ୍କ ସମେତ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ୱ ଆଗ ଧାଡିର ସଙ୍ଗଠକ ଙ୍କ ସମେତ ତୃଣମୂଳ ସ୍ତରର କର୍ମକର୍ତା ଓ ଶଙ୍ଖ ସଙ୍ଗଠନ ର ଛାମୁଆ ଯୁବ ଛାତ୍ର ଓ ମହିଳା ଜନତା ଦଳର ନେତୃତ୍ୱ ଓ କର୍ମକର୍ତା ଉପସ୍ଥିତ ଥିଲେ।

SOURCE: ODIA PUA