Home national news oriya ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଘନଶ୍ୟାମଙ୍କ ଆମରଣ ଅନଶନ, ରାସନ ଚାଉଳ ନପାଇବାଯାଏ ଉଠିବି ନାହିଁ

ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଘନଶ୍ୟାମଙ୍କ ଆମରଣ ଅନଶନ, ରାସନ ଚାଉଳ ନପାଇବାଯାଏ ଉଠିବି ନାହିଁ

13
0

Source :- ODIA PUA

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ମନ୍ତ୍ରୀ ବିଧାୟକ କହିଛନ୍ତି ରାଜ୍ୟରେ ଚାଲିଛି ଡବଲ ଇଞ୍ଜିନ ଲୋକଙ୍କ ସରକାର ହେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଅଭାବନୀୟ ଘଟଣା ସାମନାକୁ ଆସିଛି। ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳି ପଂଚାୟତ ତୋରବନ୍ତିଆ ଗ୍ରାମର ବୃଦ୍ଧା ଘନଶ୍ୟାମ ଖଟୁଆ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ରାସନ ସାମଗ୍ରୀ ପାଇବାରୁ ବଂଚିତ ହୋଇଛନ୍ତି।ଏନେଇ ବାରମ୍ବାର ବିଡ଼ିଓ ଏବଂ ଯୋଗାଣ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ଦୌଡି ଦୌଡି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନନେଇଥିବାରୁ ଶେଷରେ ବାଧ୍ୟ ହୋଇ ସମସ୍ତ ଅଧିକାରୀକୁ ଅନଶନ କରିବା ପାଇଁ ଲିଖିତ ଜଣାଇଥିଲେ। ଗୁରୁବାର ସକାଳୁ ବ୍ଲକ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ ବସିବା ବେଳେ ନିରାଶ ହୋଇ ଏହି କଠୋର ପଦକ୍ଷେପ ନେଇଥିବା ଖଟୁଆ କହିଛନ୍ତି। ଖବର ପାଇ ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ଆଶୋକ ପୁହାଣ,ବିଡ଼ିଓ ବନବିହାରୀ ଦିନ୍ଦା ପ୍ରମୁଖ ଅନଶନରେ ବସିଥିବା ଘନଶ୍ୟାମଙ୍କୁ ବହୁ ବୁଝାସୁଝା କରି ୧୦ ଦିନମଧ୍ୟରେ ସମସ୍ୟା ସମାଧାନ ହୋଇଯିବ ବୋଲି କହିଥିଲେ। ହେଲେ ସରକାର ରାସନ୍ ବ୍ୟବସ୍ଥାରେ ଅନିୟମିତତାର ଅଭିଯୋଗ କରି ମୋର ରାସନ ଚାଉଳ ନପାଇବା ଯାଏ ଅନଶନରୁ ଉଠିବି ନାହିଁ ବୋଲି ଘନଶ୍ୟାମ କହିଛନ୍ତି। ଏପଟରେ ବହୁ ପୂର୍ବରୁ କଟିଯାଇଛି ଏବେ ଆଧାର କାର୍ଡ ଦେଲେ ଚାଉଳ ପାଇପାରିବ କିନ୍ତୁ ସେ ଆଧାର ଦେଉନାହାନ୍ତି ବୋଲି ବିଡ଼ିଓ କହିଛନ୍ତି।ଖବର ଲେଖିବା ପର୍ଯ୍ୟନ୍ତ ଘନଶ୍ୟାମ ଅନଶନରେ ବସିଥିବା ଜଣାଯାଇଛି।

SOURCE: ODIA PUA