Source :- ODIA PUA
ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦିବା ୯ଟା ରେ ବାସୁଦେବପୁର ପଂଚାୟତ ସମିତି ସଭାଗୃହ ରେ ବାସୁଦେବପୁର ବିଧାନସଭା ନିର୍ବାଚନମଣ୍ଡଳୀ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଅଧ୍ୟକ୍ଷତା କରିଥିଲେ। ଅନିତା ଦାସ, ଚେୟାରମେନ,ତିହିଡି ଓ ବାସୁଦେବପୁର ପଂଚାୟତ ସମିତି ଙ୍କ ସହିତ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ବିଭାଗ ର ଅଧିକାରୀ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ।ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧକାରୀ ସୁଭେନ୍ଦ୍ର କୁମାର ସାମଲ ଓ ଗୋଷ୍ଟି ଉନ୍ନୟନ ଅଧିକାରିଣୀ ତନ୍ମିତା କର , ବିଡିଓ ବାସୁଦେବପୁର , ବିଡିଓ ତିହିଡି ସହିତ ଡେପୁଟୀ ଡାଇରେକ୍ଟର,ପ୍ଲାନିଂ ପ୍ରହଲ୍ଲାଦ ରଣା, ତହସିଲଦାର , ବାସୁଦେବପୁର ବୈଠକ ରେ କୃଷି, ପଶୁପାଳନ,ଉଦ୍ଦ୍ୟାନ କୃଷି, ଗୋ ପାଳନ, କୁକୁଡ଼ା ପାଳନ, ମତ୍ସ୍ୟ ଚାଷ,ଗୋଷ୍ଠୀ ଭିତିକ କୃଷି, ମୃତିକା ସଂରକ୍ଷଣ, ଡୀ.ଅଫୋ.ଓ , ଲୁଣା ଜଙ୍ଗଲ ବୃଦ୍ଧି,ସାଳନ୍ଦୀ କେନାଲ, ମେଘା ପାନୀୟ ଯୋଜନା ର ଅଗ୍ରଗତି , ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, କୃଷି , ଶିଳ୍ପ,ସିଲାଇ ଶିକ୍ଷା, ଶିଶୁ ବାଟିକା, ରାସ୍ତା ପ୍ରକଳ୍ପର ଅଗ୍ରଗତି, ପାନୀୟ ସେବା, ଗଭୀର କୁପ,ଆୱାସ ଯୋଜନା , ନିରନ୍ତର ବିଦ୍ୟତ ସେବା ବାସୁଦେବପୁର ନିର୍ବାଚନ ମଣ୍ଡଳୀ ର ସମସ୍ତ ହିତାଧିକାରୀ ବିଭିନ୍ନ ସରକାରୀ ସୁବିଧା ପାଇ ପାରିବା ବିଷୟରେର ଅଗ୍ରଗତି ଉପରେ ସମୀକ୍ଷା ହୋଇ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀ ଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ।
SOURCE: ODIA PUA