Home national news oriya ପ୍ରାକ୍ତନ ଶିକ୍ଷକ ନାରାୟଣ ଚନ୍ଦ୍ର ଦାଶଙ୍କ ପରଲୋକ

ପ୍ରାକ୍ତନ ଶିକ୍ଷକ ନାରାୟଣ ଚନ୍ଦ୍ର ଦାଶଙ୍କ ପରଲୋକ

20
0

Source :- ODIA PUA

ଭଦ୍ରକ, ୨୭ା୪(ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କାହ୍ନୁଚରଣ ବିଦ୍ୟାମନ୍ଦିର ସିଲନ୍ଦି ହାଇସ୍କୁଲ ର ପ୍ରାକ୍ତନ ଶିକ୍ଷକ ନାରାୟଣ ଚନ୍ଦ୍ର ଦାଶ ଗତକାଲି ରାତ୍ର ଦୁଇ ଘଟିକା ସମୟରେ ଇହଧାମ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କର ବୟସ ୬୭ ବର୍ଷ ହୋଇଥିଲା।ତାଙ୍କର ମତ୍ୟୁର ଖବର ପାଇ ସିଲନ୍ଦି କାହ୍ନୁଚରଣ ବିଦ୍ୟାମନ୍ଦିରର ପ୍ରାକ୍ତନ ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ବେହେରା, ବର୍ତମାନ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୌଭାଗ୍ୟ କୁମାର ଦାଶ, ପ୍ରାକ୍ତନ ସଂସ୍କୃତ ଶିକ୍ଷକ ସିଦ୍ଧେଶ୍ୱର ପଣ୍ଡା , ପ୍ରାକ୍ତନ ଖେଳ ଶିକ୍ଷକ ନାରାୟଣ ଚନ୍ଦ୍ର ପଣ୍ଡା, ପ୍ରାକ୍ତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ରାଉତ , ବିଦ୍ୟାଳୟର ଜୁନିୟର ଆସିଷ୍ଟାଂଟ ଉମେଶ ପ୍ରସାଦ କର, ପିଅନ ଗଙ୍ଗାଧର ପାତ୍ର,ପଦ୍ମନାଭ ଯେନା,ହରମୋହନ କର ଉପସ୍ଥିତ ରହି ଶୋକବ୍ୟକ୍ତ ପରିବାରକୁ ଉପସ୍ଥିତ ରହି ସମବେଦନା ଜଣାଇବା ସହିତ ଗ୍ରାମର ସରପଂଚ ଅଶୋକ କୁମାର ସାହୁ ଓ ଗ୍ରାମର ସମସ୍ତ ଗ୍ରାମବାସୀ ମିଶି ୰ ସ୍ୱର୍ଗତ ନାରାୟଣ ଦାସଙ୍କ ର ସବୁ ଧରି ଗ୍ରାମ ପରିକ୍ରମା କରିବା ସହିତ ପୂର୍ବରୁ ତାଙ୍କ ର କର୍ମ ସ୍ଥଳୀ ସିଲନ୍ଦି ସ୍ଥିତ କାହ୍ନୁଚରଣ ବିଦ୍ୟାମନ୍ଦିର ପରିସର ମଧ୍ୟ ରେ ପରିକ୍ରମା କରି ଶବସତ୍କାର କରିଥିଲେ।ସେ ଜଣେ ନିଷ୍ଠାପର,ଶାନ୍ତ ସରଳ ହୃଦୟ ର ବ୍‌ଯକ୍ତି ଥିଲେ। ତାଙ୍କର ସୁସାଙ୍ଗଠନିକ ଗୁଣ ଦ୍ୱାରା କାହ୍ନୁଚରଣ ବିଦ୍ୟାମନ୍ଦିରର ଗଠନ ର ମୁଖ୍ୟ ପୁରୋଧା ଭାବେ ସମସ୍ତ ଗୁରୁଦାୟିତ୍ୱ ତୁଲାଇ ଆଜି ସେ ବିଦ୍ୟାଳୟର ସମସ୍ତ କର୍ମଚାରୀ, ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଓ ଅଞ୍ଚଳ ବାସୀଙ୍କ ହୃଦୟମଧ୍ୟରେ ସ୍ଥାନ ପାଇଛନ୍ତି।ସେ ହଠାତ୍ ରାତିରେ ଶୋଇବା ସମୟରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଅନୁଭବ କରିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ପରିବାର ଲୋକେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମୃତ୍ୟୁ ବେଳେ ତାଙ୍କ ନିକଟରେ ତାଙ୍କର ସ୍ତ୍ରୀ ,ଦୁଇ ପୁଅ ବୋହୁ, ଝିଅ ଜ୍ୱାଇଁ ,ବଡଭାଇ, ଭାଉଜ, ପୁତୁରା, ନାତି ନାତୁଣୀଙ୍କ ସହିତ ଜ୍ଞାତି କୁଟୁମ୍ବ ଉପସ୍ଥିତ ଥିଲେ।ବଡପୁଅ ମାନସ କୁମାର ଦାସ ସାନପୁଅ ତାପସ କୁମାର ଦାସ, ସାନପୁଅ ମୁଖାଗ୍ନି ଦେଇଛନ୍ତି।

SOURCE: ODIA PUA