Home national news oriya ପ୍ରଶାସନ ଓ ଶ୍ରୀ ରାମନବମୀ ସମିତିର ମିଳିତ ପ୍ରସ୍ତୁତି ବୈଠକ,ଡିଜେରେ ଭାଇବ୍ରେଟର ବ୍ୟବହାର ନହେବଉପରେ ଗୁରୁତ୍ୱ,ପ୍ରଜ୍ଞାପନ...

ପ୍ରଶାସନ ଓ ଶ୍ରୀ ରାମନବମୀ ସମିତିର ମିଳିତ ପ୍ରସ୍ତୁତି ବୈଠକ,ଡିଜେରେ ଭାଇବ୍ରେଟର ବ୍ୟବହାର ନହେବଉପରେ ଗୁରୁତ୍ୱ,ପ୍ରଜ୍ଞାପନ ମେଢ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟବଜାଇବାକୁ ପରାମର୍ଶ

10
0

Source :- ODIA PUA

ଭଦ୍ରକ, ୧୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଭଦ୍ରକ ଜିଲ୍ଲା ତିହିଡିରେ ପବିତ୍ର ଶ୍ରୀରାମ ନବମୀ ଅବସରରେ ଆସନ୍ତା ୨୮ତାରିଖରେ ଶ୍ରୀରାମ ଦଶମୀ ମହୋତ୍ସବ ଅନୁଷ୍ଠିତ ହେବ।ଏଥିପାଇଁ ମଙ୍ଗଳବାର ବ୍ଲକ ନୀଳମଣି ସଭା ଗୃହରେ ପ୍ରଶାସନ ଓ ଶ୍ରୀ ରାମନବମୀ ସମିତିକୁ ନେଇ ମିଳିତ ପ୍ରସ୍ତୁତି ବୈଠକ ବିଡ଼ିଓ ନିରଞ୍ଜନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ଶ୍ରୀରାମ ଦଶମୀ ମହୋତ୍ସବ ୧୨ବର୍ଷରେ ପଦାର୍ପଣ କରୁଥିବାରୁ ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା। ବୈଠକ ପ୍ରାରମ୍ଭରେ ସମିତି ସଭାପତି କିଶୋର କୁମାର ନାୟକ ମହୋତ୍ସବ ଗଣପର୍ବରେ ପରିଣତ ହୋଇଥିବା ବେଳେ ବିଭିନ୍ନ ଅଞ୍ଚଳରୁ ୫୨ଟି ପ୍ରଜ୍ଞାପନ ମେଢ଼ ଏଥିରେ ଯୋଗ ଦେବେ ବୋଲି ସୂଚନା ଦେବା ସହ ମହୋତ୍ସବ ପର୍ଯ୍ୟନ୍ତ ବିଭିନ୍ନ ଦିବସରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଦେଇଥିଲେ।ବୈଠକରେ ତିହିଡି ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଯୋଗଦେଇ ଶୋଭାଯାତ୍ରାରେ ସାମିଲ ହେବାକୁ ଥିବା ଡିଜେରେ ଭାଇବ୍ରେଟର ବ୍ୟବହାର ହେବନାହିଁ । ତତ ସହିତ ପ୍ରଜ୍ଞାପନ ମେଢ ବିଳମ୍ବନକରି ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚିବା ଉପରେ ଗୁରୁତ୍ୱ ଦେଇଥିବାବେଳେ ଶୋଭାଯାତ୍ରାରେ ପାରମ୍ପରିକ ବାଦ୍ୟଆଣିବାକୁ ପରାମର୍ଶ ଦେଇଥିଲେ।। ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ମହୋତ୍ସବରେ ଶାନ୍ତି ଶୃଙ୍ଖଳା ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ । ନିଶା ଦ୍ରବ୍ୟସେବନରୁ ଦୁରେଇ ରହିଲେ ଶୃଙ୍ଖଳା ରହିପାରିବ ବୋଲି କହିଥିଲେ। ସାଂସଦଙ୍କ ପ୍ରତିନିଧି ସୀତାକାନ୍ତ ନାୟକ ପ୍ରଜ୍ଞାପନ ମେଢ଼ସବୁ ଶ୍ରୀରାମ ମନ୍ଦିର ନିକଟରେ ସହଳ ପହଞ୍ଚିବା ଦିଗରେ ବ୍ୟବସ୍ଥା କରିବାକୁ ଏବଂ ମେଢ଼ ଉଚ୍ଚତା ଅଧିକ ନକରିବାକୁ କହିଥିଲେ। କର୍ମକର୍ତ୍ତା ବିଶ୍ୱଜିତ ବେହେରା ତିହିଡି଼ରେ ଚାଲିଥିବା ଡ୍ରେନ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଗଲେ କୌଣସି ସମସ୍ୟା ଉପୁଜିବ ନାହିଁ ବୋଲି କହିଥିଲା ବେଳେ ଦୀପକ ସ୍ୱାଇଁ ତିହିଡି଼ ବଜାରରେ ଷ୍ଟ୍ରିଟ ଲାଇଟ ଆଦୌ ଜଳୁ ନଥିବା ସୂଚନା ଦେବା ସହ ଏଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ।ତିହିଡି ସ୍ୱାସ୍ଥ୍ୟକେନ୍ଦ୍ର ବିତ୍ତୀୟ ଅଧିକାରୀ ବିପ୍ଳବ ରଞ୍ଜନ ପତି ପ୍ରାଥମିକ ଚିକିତ୍ସା ସହ ଅନ୍ୟ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଚାନ୍ଦବାଲି ଏସଡ଼ିପିଓ ପ୍ରଭାସ ସାହୁ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ସାହୁ, ବିଜେଡ଼ି ବ୍ଲକ ସଭାପତି ସୁରେନ୍ଦ୍ର ନାୟକ, ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ଦାସ, ସମିତି ଉପଦେଷ୍ଟା ଡ.ଲଷ୍ମୀଧର ତ୍ରିପାଠୀ, ଅଜୟ କୁମାର ନାୟକ, ରଘୁନାଥ ପାତ୍ର, ସମ୍ପାଦକ ଯଯାତି କେଶରୀ ଦାସ ପ୍ରମୁଖ ମଞ୍ଚାସୀନ ରହି ମହୋତ୍ସବ କିପରି ଆକର୍ଷଣୀୟ ଏବଂ ଶାନ୍ତି ଶୃଙ୍ଖଳାର ସହ ସମାପନହେବ ସେଦିଗରେ ସୁଚିନ୍ତିତ ମତାମତ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ନିହାର ରଞ୍ଜନ ରାଉତ,ସରପଞ୍ଚ ଶୁଭ୍ର ନାରାୟଣ ସେଠୀ, ସମିତି କୋଷାଧ୍ୟକ୍ଷ ନୀଳମଣି ସାବତ,ପି ହୃଷିକେଶ, ଚନ୍ଦ୍ରକାନ୍ତ ମହାନ୍ତି, ବିଭୂତି ଭୂଷଣ ସେନାପତି,ନିତ୍ୟାନନ୍ଦ ମଲ୍ଲିକ, ସମିତିସଭ୍ୟ ଶୁକଦେବ ମଲିକ, ସମାଜସେବୀ ଧୀରେନ୍ଦ୍ର ସାହୁ, ଦେବେନ୍ଦ୍ର ପୁହାଣ, କେଶବ ବେହେରା,ସଂଗ୍ରାମ ଦାସ,ନିଶିକାନ୍ତ ଭଟରାୟ,ସରୋଜ ନାୟକ,ରବିନ୍ଦ୍ର ଦାସ,ତପନ ପାଢ଼ୀ, କୈଳାଶ ବେହେରା,ନିରଞ୍ଜନ ବାରିକ,ତପୁନ ପାଣି,କୃତ୍ତିବାସ ଜେନା,ପ୍ରିୟବନ୍ଧୁ ମାଝୀ, ରାଜୀ୍ୱ ନାୟକ,ଅଭିରାମ ଦାସ,ବିରେନ ସେନାପତି,ବିସ୍ମୟ ସାହୁ,ରଘୁନାଥ ମଳିକ,ଧର୍ମାନନ୍ଦ ବେହେରା, ପ୍ରମୋଦ ଦାସ ପ୍ରମୁଖଙ୍କ ସମେତ ବିଭିନ୍ନ ପ୍ରଜ୍ଞାପନ ମେଢ଼ର ଓ ସାମାଜିକ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଉପସ୍ଥିତିରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

SOURCE: ODIA PUA