Home national news oriya ଧାମନଗରରେ ‘ବନ୍ୟା ସୁରକ୍ଷା’ ନାଁରେ ଚାନ୍ଦା ରାଜନୀତି, ରୁଦ୍ଧଦ୍ୱାର ବୈଠକରେ ଠିକାଦାରଙ୍କୁ ଧମକ

ଧାମନଗରରେ ‘ବନ୍ୟା ସୁରକ୍ଷା’ ନାଁରେ ଚାନ୍ଦା ରାଜନୀତି, ରୁଦ୍ଧଦ୍ୱାର ବୈଠକରେ ଠିକାଦାରଙ୍କୁ ଧମକ

19
0

Source :- ODIA PUA

ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଅଂଚଳରେ ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଏବେ ‘ସଂସ୍କାର’ ନାଁରେ ପିସି କାରବାରର ଅଭିଯୋଗ ସାମ୍ନାକୁ ଆସିଛି। ଗତ ରବିବାର ଆନନ୍ଦପୁର ସ୍ଥିତ ଏକ ଘରୋଇ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ଏକ ଗୁପ୍ତ ବୈଠକକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ‘ଧାମନଗର ସ୍ଥାୟୀ ବନ୍ୟା ସୁରକ୍ଷା ମଂଚ’ ବ୍ୟାନରରେ ଆୟୋଜିତ ଏହି ବୈଠକ ପ୍ରକୃତରେ ଅଂଚଳର ସୁରକ୍ଷା ପାଇଁ ଥିଲା ନା ଠିକାଦାରଙ୍କୁ ଭୟଭୀତ କରି ଚାନ୍ଦା ଆଦାୟ ପାଇଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଦ୍ୱିତୀୟ କ୍ଷମତା କେନ୍ଦ୍ର ଅଘୋଷିତ ମନ୍ତ୍ରୀ ଙ୍କ ପ୍ରତିନିଧିଙ୍କ ନେତୃତ୍ୱରେ ଆୟୋଜିତ ଏହି ବୈଠକରେ ଜଳସମ୍ପଦ, ପୂର୍ତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରାୟ ୧୦୦ରୁ ଅଧିକ ଠିକାଦାର ସାମିଲ ହୋଇଥିଲେ। ବାହାରକୁ “ଲେସ୍ ଟେଣ୍ଡର ନ ପକାଇବା” ପାଇଁ ସଚେତନତା ବାର୍ତା ଦିଆଯାଉଥିବା କୁହାଯାଉଥିଲେ ହେଁ, ବାସ୍ତବରେ ଏହା ଏକ ‘ଧମକପୂର୍ଣ୍ଣ’ ବୈଠକ ଥିଲା ବୋଲି ଜଣେ ଠିକାଦାର ନାମ ଗୋପନ ରଖି ଅଭିଯୋଗ କରିଛନ୍ତି। ବୈଠକରେ ସିଧାସଳଖ ନିର୍ଦ୍ଦେଶ ଦିଆଯାଇଛି ଯେ, ଟେଣ୍ଡର ଯିଏ ବି ପାଉ, କାମର ଏକ ସିଂହଭାଗ ଅରବିନ୍ଦଙ୍କ ନିକଟତମ ଲୋକଙ୍କୁ ଦେବାକୁ ପଡ଼ିବ। ଏପରିକି ୫ ରୁ ୧୦ ପ୍ରତିଶତ ‘ଦଳୀୟ ଚାନ୍ଦା’ ଦେବା ପାଇଁ ମଧ୍ୟ ବାଧ୍ୟ କରାଯାଇଥିବା ଚର୍ଚ୍ଚା ହେଉଛି। ଗୋଟିଏ ପଟେ ବୈତରଣୀ ଓ କୋଚିଳା ନଦୀବନ୍ଧ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ି ରହିଛି। ଯାଜପୁର ପାର୍ଶ୍ୱ ବନ୍ଧ ସୁରକ୍ଷିତ ଥିବା ବେଳେ ଧାମନଗର ପାର୍ଶ୍ୱ ବର୍ଷ ବର୍ଷ ଧରି ଅବହେଳାର ଶିକାର ହୋଇଛି। କୋଚିଳା ନଦୀର ଶଇଲ ଠାରେ ୨.୫୧ କୋଟିର କାର୍ଯ୍ୟ ପାଇଥିବା ଠିକାଦାର ସତ୍ୟଜିତ ସାମଲ ୩୧% ‘ଲେସ୍‌’ରେ ଟେଣ୍ଡର ନେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୁକ୍ତିନାମା ସ୍ୱାକ୍ଷର କରିନାହାନ୍ତି। ସରକାର ଓପିଡବ୍ଲ୍ୟୁ କୋଡ୍ ସଂଶୋଧନ କରି ଏପିସି ବ୍ୟବସ୍ଥା ଲାଗୁ କରିବା ପରେ ଠିକାଦାରମାନେ ଅତ୍ୟଧିକ କମ୍ ଦରରେ ଟେଣ୍ଡର ପକାଉଛନ୍ତି, ଯାହା କାର୍ଯ୍ୟର ମାନ ଏବଂ ସମୟସୀମାକୁ ପ୍ରଭାବିତ କରୁଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଅଂଚଳର ଉନ୍ନତି ପାଇଁ ନିରନ୍ତର ପ୍ରୟାସ କରୁଥିବା ବେଳେ, ତାଙ୍କ ଅଗୋଚରରେ ଏଭଳି “ସମାନ୍ତରାଳ ଶାସନ” ଓ “ଚାନ୍ଦା ସଂସ୍କୃତି”ପଇଁ ମନ୍ତ୍ରୀଙ୍କ ଭାବମୂର୍ତିକୁ କ୍ଷୁର୍ଣ୍ଣ କରୁଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି। ବର୍ଷା ଋତୁ ପୂର୍ବରୁ ଯଦି ଏହି ବିବାଦର ସମାଧାନ ନହୁଏ ଏବଂ ନଦୀବନ୍ଧ କାର୍ଯ୍ୟ ଶେଷ ନହୁଏ, ତେବେ ଧାମନଗର ବାସୀ ଏକ ବଡ଼ ବନ୍ୟା ବିପର୍ଯ୍ୟୟର ସମ୍ମୁଖୀନ ହେବା ଆଶଙ୍କା ଜୋର ଧରିଛି।ହେଲେ କିଛି ନଦୀ ବନ୍ଦ ସୁରକ୍ଷା ନାମର ଯେପରି ମନ୍ତ୍ରୀ ଙ୍କୁ ବଦ ନାମ କରୁଛନ୍ତି ଦିଗରେ ମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦିଅନ୍ତୁ।

SOURCE: ODIA PUA