Home national news oriya ଜାଗର ପାଇଁ ଆରଡ଼ିରେ ଟ୍ରାଫିକ୍ ଏବଂ ପାର୍କିଂ ବ୍ୟବସ୍ଥା,ଜନସାଧାରଣଙ୍କ ସୁରକ୍ଷା ପାଇଁ ଏସପି ଙ୍କ ସମୀକ୍ଷା

ଜାଗର ପାଇଁ ଆରଡ଼ିରେ ଟ୍ରାଫିକ୍ ଏବଂ ପାର୍କିଂ ବ୍ୟବସ୍ଥା,ଜନସାଧାରଣଙ୍କ ସୁରକ୍ଷା ପାଇଁ ଏସପି ଙ୍କ ସମୀକ୍ଷା

10
0

Source :- ODIA PUA

ଭଦ୍ରକ, ୧୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -,ଆରଡ଼ି ସ୍ଥିତ ଅଖଣ୍ଡଳମଣି ପୀଠରେ ଆସନ୍ତା ଜାଗର ଉତ୍ସବ ସମୟରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି, ସୁଗମ ଯାତାୟାତ ଏବଂ ଜନସାଧାରଣଙ୍କ ସୁରକ୍ଷା ପାଇଁ ଆଜି ଏସ ପି ମନୋଜ ରାଉତ ସେଠାରେ ମୁତୟନ ପୋଲିସଙ୍କୁ ନେଇ ଏକ ସମୀକ୍ଷା ବୈଠକରେ ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି। ବିଶେଷ କରି ଭଦ୍ରକ, କେନ୍ଦ୍ରାପଡ଼ା ଓ ଯାଜପୁର ପାର୍ଶ୍ୱରୁ ଓଳଙ୍ଗ ମଠ ଦେଇ ଆସୁଥିବା ଗାଡ଼ିଗୁଡିକ ପାଇଁ ସ୍ୱତ୍ରନ୍ତ ବ୍ୟବସ୍ଥା କରିଛନ୍ତି। ସମସ୍ତ ଗାଡ଼ିକୁ ଆରଡ଼ି ନୂତନ ବସ୍ ଷ୍ଟାଣ୍ଡ ନିକଟରେ ଅଟକାଯିବ। ବସ ଏବଂ ଟେମ୍ପୋ ଗୁଡିକ ଷ୍ଟାଣ୍ଡ ଭିତରେ ପାର୍କିଂ କରିବେ। କାର୍ ଏବଂ ଅଟୋ-ରିକ୍ସା ଗୁଡିକ ବସ୍ ଷ୍ଟାଣ୍ଡ ସମ୍ମୁଖରେ ଥିବା ଚିହ୍ନିତ ସ୍ଥାନରେ ପାର୍କିଂ କରିବେ।ଦୁଇ ଚକିଆ ଯାନ (ବାଇକ୍‌) କେବଳ ବସ୍ ଷ୍ଟାଣ୍ଡ ନିକଟରେ ଥିବା ନିର୍ଦ୍ଦିଷ୍ଟ ପାର୍କିଂ ଅଞ୍ଚଳରେ ପାର୍କିଂ କରିବେ। ତିହିଡ଼ି ପାର୍ଶ୍ୱରୁ ଆସୁଥିବା ଗାଡ଼ିଗୁଡିକ ପାଇଁ ଡିହ ସାହି ଛକ ଠାରେ ପାର୍କିଂ ବ୍ୟବସ୍ଥା କରାଯାଇଅଛି। ତିନିତର ଘାଟ ପାର୍ଶ୍ୱରୁ ଆସୁଥିବା ବାଇକ୍ ଗୁଡିକୁ ଶିବ ପ୍ଲାଜା ଛକର ପ୍ରାୟ ୫୦୦ ମିଟର ପୂର୍ବରୁ ଅଟକାଯିବ ଏବଂ ନିର୍ଦ୍ଦିଷ୍ଟ ସ୍ଥାନରେ ପାର୍କିଂ କରାଯିବ। ସେଥିପାଇଁ ଶ୍ରଦ୍ଧାଳୁମାନଙ୍କୁ ଉପରୋକ୍ତ ଟ୍ରାଫିକ୍ ନିର୍ଦ୍ଦେଶାବଳୀ ପାଳନ କରିବାସହ କେବଳ ଅନୁମୋଦିତ ସ୍ଥାନରେ ଗାଡ଼ି ପାର୍କିଂ କରି ଏକ ସୁରକ୍ଷିତ ତଥା ଶୃଙ୍ଖଳିତ ଉତ୍ସବ ପାଇଁ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ସହଯୋଗ କରିବାକୁ ଏସ ପି ଶ୍ରୀ ରାଉତ ନିବେଦନ କରିଛନ୍ତି।

SOURCE: ODIA PUA