Home national news oriya ଛଟେଇକୁ ପ୍ରତିବାଦ କରି ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ

ଛଟେଇକୁ ପ୍ରତିବାଦ କରି ଆଉଟସୋର୍ସିଂ କର୍ମଚାରୀଙ୍କ ଆନ୍ଦୋଳନ

23
0

Source :- ODIA PUA

ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଉଟସୋର୍ସିଂ କର୍ମଚାରୀ ମାନେ ଛଟେଇ ପ୍ରତିବାଦରେ ଆନ୍ଦୋଳନ କରିଛନ୍ତି। ଏହି ମହାବିଦ୍ୟାଳୟ ପରିସରରେ ଦୀର୍ଘ ବର୍ଷ ଧରି ସୁଚାରୁରୂପେ ଦାୟିତ୍ୱ ତୁଲାଉଥିଲେ। କିଏ ୧୭ ବର୍ଷ, ତ କିଏ ୧୫ ବର୍ଷ ଧରି ଏହି ଆଉଟସୋର୍ସିଂ କର୍ମଚାରୀ ମାନେ ନିଜେ ଦାୟିତ୍ୱ ତୁଲାଉଥିଲେ। ଏହି ମହାବିଦ୍ୟାଳୟରେ ୪୦ରୁ ଅଧିକ ଆଉଟସୋର୍ସିଂ କର୍ମଚାରୀ ଅଛନ୍ତି। ହଠାତ ଗତକାଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏକ ଚିଠି ହୋଇଥିଲା ନୂତନ ଆଉଟସୋର୍ସିଂ କର୍ମଚାରୀ ନ ରଖିବାକୁ, କିନ୍ତୁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦୀର୍ଘ ବର୍ଷ ଧରି କାମ କରୁଥିବା ୪୦ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଯାହାକୁ ନେଇ ଆଉଟସୋର୍ସିଂ କର୍ମଚାରୀ ମାନେ ଏହାକୁ ପ୍ରତିବାଦ କରି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଛନ୍ତି। ଏହି ଆଉଟସୋର୍ସିଂ କର୍ମଚାରୀ ମାନେ ସ୍ୱଳ୍ପ ଦରମା ନେଇ ନିଜର ଦାୟିତ୍ୱ ତୁଲାଉଥିଲେ। ତେଣୁ ବର୍ତମାନ ପରିସ୍ଥିତିରେ ଏହି କର୍ମଚାରୀ ମାନେ କଣ କରିବେ ନିଜର ପରିବାର କିପରି ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତା ବଢାଇଛି ବୋଲି ଓଡିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘ ସଭାପତି ଅସୀମାନନ୍ଦ ରାୟ ଓ ଆଉଟସୋର୍ସିଂ କର୍ମଚାରୀ କିଷାନ କୁମାର ପାଲ କହିଛନ୍ତି। ଏନେଇ କଲେଜର ଅଧ୍ୟକ୍ଷ ରଜତ ପ୍ରଧାନ କହିଛନ୍ତି ମୋଟ କର୍ମଚାରୀ ମୋଟ ୧୨୯ ଜଣ ପୋଷ୍ଟ ଥିବା ବେଳେ ୪୮ଜଣ ରେଗୁଲାର କର୍ମଚାରୀ ଅଛନ୍ତି । ଅବଶିଷ୍ଟ କର୍ମଚାରୀଙ୍କ ମଧ୍ୟରୁ ୮୧ରୁ ୪୩ ଜଣ ଆଉଟସୋର୍ସିଂ କର୍ମଚାରୀ ଥିଲେ। ଅନେକ ସମସ୍ୟା ହେଉଛି। କିନ୍ତୁ ଉଚ୍ଚ ଶିକ୍ଷା ବିଭାଗ ଚିଠି ଅନୁସାରେ ପଦକ୍ଷେପ ନିଆଯାଇଛି। ଆମକୁ ମଧ୍ୟ ଅନେକ ସମସ୍ୟା ହେବ।

SOURCE: ODIA PUA