Home national news oriya ଚାନ୍ଦବାଲିରେ କାଳବୈଶାଖୀର ତାଣ୍ଡବ, କୁକୁଡ଼ା ଫାର୍ମର ଆଜବେଷ୍ଟସ ସହିତ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଥିବା...

ଚାନ୍ଦବାଲିରେ କାଳବୈଶାଖୀର ତାଣ୍ଡବ, କୁକୁଡ଼ା ଫାର୍ମର ଆଜବେଷ୍ଟସ ସହିତ ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଥିବା ଦେଖିବାକୁ ମିଳିଛି

5
0

Source :- ODIA PUA

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ରେ ଗତକାଲି ସଂଧ୍ୟାରେ କାଳବୈଶାଖୀ ପ୍ରଭାବ ରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସାଙ୍ଗକୁ ପବନ ବେଗ ଏତେ ଥିଲା ଯେ ଚାନ୍ଦବାଲି ବ୍ଲକ ର ବିଭିନ୍ନ ସ୍ଥାନ ରେ ଗଛ ଭାଙ୍ଗି ବା ସାଙ୍ଗକୁ ଘରର ଛପର ଉଡାଇ ନେଇଥିବା ଦେଖିବାକୁ ମିଳିଛି । ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମାଧପୁର ଗ୍ରାମ ପଂଚାୟତ ବଡ଼ସିଂପୁର ଠାରେ ଏକ କୁକୁଡ଼ା ଫାର୍ମର ଆଜବେଷ୍ଟସ ଉଡାଇ ନେଇଥିବା ଦେଖିବାକୁ ମିଳିଛି । ମୁଖ୍ୟ ମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ରୁ ୠଣ ଆଣି ଅନୁଷୟା ଦାସ ଗିରି କୁକୁଡ଼ା ଫାର୍ମ କରିଥିଲେ ଗତକାଲି ସଂଧ୍ୟା ବେଳେ କାଳ ବୈଶାଖୀ ଆରମ୍ଭ ହୋଇଥିଲା ପ୍ରାୟ ୨ ଘଂଟା ଧରି ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ପବନ ର ବେଗ ମଧ୍ୟ ବଢିଥିଲା, ଫଳରେ ଘର,ଗଛ ଭାଙ୍ଗି ଥିଲା ।ଅଧାରୁ ଅଧିକ କୁକୁଡ଼ା ଫାର୍ମ ର ଆଜବେଷ୍ଟସ ଭାଙ୍ଗି ବା ସହିତ କିଛି ସ୍ଥାନ ରେ ଆଜବେଷ୍ଟସ ଉଡାଇ ନେଇଥିବା ଦେଖିବାକୁ ମିଳିଛି । ସବୁଠାରୁ ବଡକଥା ହେଉଛି କୁକୁଡ଼ା ଫାର୍ମ ରେ ଥିବା କୁକୁଡ଼ା ଗୁଡ଼ିକ ସୁରକ୍ଷିତ ଅଛନ୍ତି ।

SOURCE: ODIA PUA