Home national news oriya ଗାନ୍ଧୀ ବାଳାଶ୍ରମ ବିଦ୍ୟାଳୟ ଶିକ୍ଷକଙ୍କ ପରଲୋକ

ଗାନ୍ଧୀ ବାଳାଶ୍ରମ ବିଦ୍ୟାଳୟ ଶିକ୍ଷକଙ୍କ ପରଲୋକ

9
0

Source :- ODIA PUA

ଭଦ୍ରକ, ୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧୀ ବାଳାଶ୍ରମ ମଧ୍ୟ ଇଂରାଜୀ ବିଦ୍ୟାଳୟର ସହକାରୀ ଶିକ୍ଷକ ରବିନାରାୟଣ ତିଆଡ଼ି(୫୭)ଙ୍କର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ସେ ଦୀର୍ଘଦିନ ଧରି ମଧୁମେହ ରୋଗରେ ପୀଡ଼ିତ ଥିଲେ । ମଙ୍ଗଳବାର ରାତିରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତାଙ୍କ ମରଶରୀରକୁ ରମ୍ଭିଳା ଗ୍ରାମକୁ ଅଣାଯାଇ ଗ୍ରାମ ପରିକ୍ରମା କରିବା ପରେ ଶେଷ ଦର୍ଶନ ନିମିତ ରଖାଯାଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ଗାନ୍ଧୀ ଓଡ଼ିଶା ବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ଗାନ୍ଧୀ ବାଳାଶ୍ରମ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁସ୍ତାକ ଗହ୍ୱର, ଗାନ୍ଧୀ ବାଳାଶ୍ରମ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧରଣୀଧର ସେଠୀ, ଝରଣା ଦାସ, ତଥାଗତ ଜେନା, ଆଇନ୍‌ଜୀବି ବିଶ୍ୱରଞ୍ଜନ ଦାସ, ସୌମ୍ୟରଞ୍ଜନ ଦାସ, ନିରଞ୍ଜନ ନାୟକ, ଚନ୍ଦନ ସାହୁ, ପ୍ରଜ୍ଞାଶ୍ରୀ ଦାସ, ରତିକାନ୍ତ ଦାସ, ହୃଷିକେଶ ପାଢ଼ୀ, ଅଜୟ ପାଢ଼ୀ, ଅରବିନ୍ଦ ପାଢ଼ୀ, ପ୍ରେମାନନ୍ଦ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରି ଶୋକ ସନ୍ତ୍ୱପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପୁର୍ଣ୍ଣ କରାଯାଇଥିଲା । ପୁତ୍ର ଓମ୍‌କାର ତିଆଡ଼ି ମୁଖାଗ୍ନୀ ଦେଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ସହଧର୍ମିଣୀ କନକଲତା ମହାପାତ୍ର, କନ୍ୟା ମନୀଷା, ଭାଇ ରାମନାରାୟଣ, ରାଜନାରାୟଣ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ରବିନାରାୟଣ ତିଆଡ଼ି ଗାନ୍ଧୀ ବାଳାଶ୍ରମ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଦୀର୍ଘ ୩୦ବର୍ଷ ଧରି ଶିକ୍ଷକତା କରିଆସୁଥିଲେ । ତାଙ୍କ ବିୟୋଗରେ ତ୍ୟାଗଭୂମିର ସଭାପତି ଅଜୟ ନାୟକ, ମହାତ୍ମାଗାନ୍ଧୀ ବିଚାର ମଂଚର ସମ୍ପାଦକ ସୁଧାକର ରାଉତ, ବରିଷ୍ଠ ଶିକ୍ଷାବିତ୍ ଡ. ଗୋଲକ ସାହୁ, ଅବଦୁଲ ମୋକିତ ଖାନ୍‌, ଗିରୀଷ ବିହାରୀ ମିଶ୍ର, ପଦ୍ମନ କୁମାର ରାଏ, ବାଇଧର ପଲେଇ, ଡ. ରେବତୀ ରମଣ ପଣ୍ଡା, ଏସ. ଏମ. ଫାରୁକ, ଡ. ରାମଚନ୍ଦ୍ର ପଣ୍ଡା, ଉପେନ୍ଦ୍ର ବାରିକ, ହୃଷିକେଶ ମହାନ୍ତି, ଶାନ୍ତନୁ ରାଉତ, ଡ. ଦେବରାଜ ପାଣିଗ୍ରାହୀ, ବିଜୟ ବହଳୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

SOURCE: ODIA PUA