Source :- ODIA PUA
ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକର ଓଲଙ୍ଗ ଗ୍ରାମ ପଂଚାୟତ ଅଧିନସ୍ଥ ମିନି ଷ୍ଟାଡ଼ିଅମ ଠାରେ ଆଦର୍ଶ ବିଦ୍ୟାଳୟ, ଓଲଙ୍ଗ, ଭଦ୍ରକ ର ବାର୍ଷିକ କ୍ରୀଡା ଉତ୍ସବ ଦୁଇ ଦିନ ଧରି ଖୁବ ଧୁମ ଧାମ ରେ ପାଳିତ ହୋଇଯାଇଅଛି । ଉକ୍ତ ଉତ୍ସବ କୁ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଉଦଘାଟନ କରି ଭଲ ପାଠ ପଢା ପାଇଁ ଭଲ ସ୍ୱାସ୍ଥ୍ୟ,ଭଲ ସ୍ୱାସ୍ଥ୍ୟ ପାଇଁ କ୍ରୀଡା ର ଆବଶ୍ୟକତା ସମ୍ବନ୍ଧ ରେ ଆଲୋକ ପାତ କରିଥିଲେ। ଅନ୍ୟତମ ବିଶିଷ୍ଟ ଅତିଥି ଭାବେ ଆନ୍ତର୍ଜାତୀୟ ପାରା କ୍ରୀଡାବିତ୍ ରାଖାଲ କୁମାର ସେଠୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ ସୁସ୍ଥ ମାନବ ସମ୍ବଳ ପାଇଁ କ୍ରୀଡା ର ଉପାଦେୟତା, କ୍ରୀଡ଼ା ଯୋଗୁଁ ସୁନାମ ସହିତ।ଦେଶ ବିଦେଶ ରେ ତାଙ୍କୁ ଭ୍ରମଣ କରିବାର ସୁଯୋଗ ଓ ସମ୍ମାନ ମିଳିବା ନେଇ ନିଜର ଅନୁଭୂତି କହି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟ ତରଫରୁ ଶ୍ରୀଯୁକ୍ତ ସେଠୀଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉଦଘୋଷିକା କାଦମ୍ବରୀ କର ଶର୍ମା, ସଙ୍ଗୀତ ଶିକ୍ଷୟିତ୍ରୀ ଙ୍କ ଉଚ୍ଚ କୋଟିର ଉପସ୍ଥାପନା ଶୈଳୀ ପିଲାମାନଙ୍କ ପାଇଁ ଉତ୍ସାହ ପ୍ରଦ ଥିଲା । ବିଦ୍ୟାଳୟ ର ଅଧକ୍ଷ ମାନସ କୁମାର ମାଝୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ବିଦ୍ୟାଳୟର ଶିକ୍ଷକ ବିପିନ କୁମାର ସାହୁ , ସୁମିତ୍ର ବେହେରା ପ୍ରମୁଖଙ୍କ ପ୍ରେରଣା ଯୁକ୍ତ ଅଭିଭାଷଣ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ଜାତି ତଥା ଦେଶ ର ଟେକ ରଖିବାକୁ ଇନ୍ଧନ ଯୋଗାଇ ଥିଲା। ଅତିଥି ମାନଙ୍କର ଉପସ୍ଥିତିରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ସେମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରା ଯାଇଥିଲା। ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କର ପ୍ରଦର୍ଶନ ର ଭୁଇୟସୀ ପ୍ରଶଂସା କରିଥିଲେ। ବିଦ୍ୟାଳୟ ଗଣିତ ଶିକ୍ଷକ ଶ୍ରୀଯୁକ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଆଦର୍ଶ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ରଞ୍ଜନ କୁମାର ବେହେରା ଙ୍କ ଆୟୋଜନ ଧାରା ଏବଂ ବଳିଷ୍ଠ ତତ୍ୱାବଧାନ ରେ ସମସ୍ତ ପ୍ରତିଯୋଗିତା ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ଉକ୍ତ ଆୟୋଜନ ରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ବିବେକାନନ୍ଦ ପାଣିଗ୍ରାହୀ, ମନୋରଞ୍ଜନ ପ୍ରଧାନ, ମନୋରଞ୍ଜନ ବଳ, ବିପିନ କୁମାର ସାହୁ, ଦେବବ୍ରତ ମହାପାତ୍ର, ଦେବଦତ ସାହୁ, ରାଜ ନାରାୟଣ ନନ୍ଦ, ଦୀପ୍ତିପ୍ରଭା ମହାରଣା, ରଶ୍ମିତା ଦାସ, ରାଜକାନ୍ତ ନାୟକ, ସୌମ୍ୟରଂଜନ ପାଣିଗ୍ରାହୀ, ଅନିତା ପରିଡା, ଓ ସୁଶ୍ରୀ ସଂଗୀତା ମହଲା ପ୍ରମୁଖ ସହଯୋଗ କରି ଥିଲେ । ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ବିତରଣ କରାଯାଇଥିଲା ।
SOURCE: ODIA PUA