Home national news oriya ଏନସିସି ୨ୟ ପର୍ଯ୍ୟାୟ ତାଲିମ ଶିବିର ଉଦ୍‌ଯାପିତ

ଏନସିସି ୨ୟ ପର୍ଯ୍ୟାୟ ତାଲିମ ଶିବିର ଉଦ୍‌ଯାପିତ

7
0

Source :- ODIA PUA

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ବ୍ଲକ ବାରୋ ପଂଚାୟତସ୍ଥିତ ଦହପାଣିଆ ସରକାରୀ ହାଇସ୍କୁଲରେ ଶୁକ୍ରବାର ସନ୍ଧ୍ୟାରେ ସପ୍ତମ ଓଡ଼ିଶା ଏନସିସି ବାଟାଲିୟନ, ଭଦ୍ରକର ୨ୟ ପର୍ଯ୍ୟାୟ ବାର୍ଷିକ ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ଲେପ୍ଟନାଂଟ ଆଶିଷ କୁମାର ପଣ୍ଡା ସଂଚାଳନ କରିଥିଲେ। ଏଥିରେ ବରେଣ୍ୟ ଅତିଥି ଭାବେ କ୍ୟାମ୍ପ କମାଣ୍ଡର ଲେପ୍ଟନାଂଟ ଶୈଳେନ୍ଦ୍ର ସିଂ ରଘୁବଂଶୀ ଯୋଗଦେଇ ସଠିକ ମାର୍ଗ ଚୟନ କଲେ ଲକ୍ଷ୍ୟସ୍ଥଳରେ ପହଂଚିବା ସମ୍ଭବ ହୋଇଥାଏ ବୋଲି କହିଥିଲେ। ଏଥିସହିତ ଲେଫ୍ଟନାଂଟ ରଘୁବଂଶୀ କ୍ୟାଡେଟମାନଙ୍କୁ ଶିବିରର ଅଭିଜ୍ଞତା ସମ୍ପର୍କରେ ପଚାରି ବୁଝିଥିଲେ। ସମ୍ମାନିତ ଅତିଥି ଭାବେ ସୁବେଦାର ମେଜର ଯଶୋବନ୍ତ ସିଂ ଯୋଗଦେଇଥିଲେ। ଗତ ୧୫ ତାରିଖ ଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଦହପାଣିଆ ହାଇସ୍କୁଲରେ ୧୦ଦିନ ଧରି ଚାଲିଥିବା ଏହି ତାଲିମ ଶିବିରରେ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍କୁଲ ଓ କଲେଜର ୬ଶହ ଏନସିସି କ୍ୟାଡେଟ ଅଂଶଗ୍ରହଣ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁରୀ ଏବଂ ଓଡ଼ିଶୀ ନୃତ୍ୟରେ କ୍ୟାଡେଟମାନେ ଝୁମି ଉଠିଥିଲେ। କ୍ୟାଡେଟ ଇତିଶ୍ରୀ ଷଡ଼ଙ୍ଗୀ ଓ ଭାଗ୍ୟଶ୍ରୀ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କ୍ୟାଡେଟମାନେ ମଧ୍ୟ ଦେଶାତ୍ମବୋଧକ ଓ ଭକ୍ତି ସଙ୍ଗୀତ ପରିବେଷଣ କରିଥିଲେ। ଏନସିସିର ଏହି ଶିବିରରେ ଶତାଧିକ କ୍ୟାଡେଟ ଆରଡ଼ିସ୍ଥିତ ଆଖଣ୍ଡଳମଣିଙ୍କ ମନ୍ଦିର, ତାଳପଦାସ୍ଥିତ କାନ୍ତକବିଙ୍କ ପୀଠରେ ସଫେଇ କାର୍ଯ୍ୟ କରିଥିଲେ। ଡେପୁଟି କମାଣ୍ଡର ମେଜର ଡ. ପରେଶ କୁମାର ଦାସ, ଏମଡି କଲାମୁଦ୍ଦିନ, ଅଜୟ କୁମାର ସାହୁ, ମାନସ କୁମାର ସାହୁ, ପ୍ରଦୀପ କୁମାର ଜେନା, ରଶ୍ମିରଞ୍ଜନ ଦାସ, ସସ୍ମିତା ମଲ୍ଲିକ, ଅଭିଲିପ୍ସା ପାଢ଼ୀ, ପ୍ରଧାନଶିକ୍ଷକ ସନତ କୁମାର ବେହେରାଙ୍କ ସମେତ ଏନସିସି ଅଫିସରମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

SOURCE: ODIA PUA